ମିଟୁ ପ୍ରଧାନ ସ୍ବେଛାସେବୀ ସଙ୍ଗଠନ ତରଫରୁ ମେଗା ରକ୍ତଦାନ ଶିବିର।*୨୪୩ ୟୁନିଟ ରକ୍ତ ସଂଗ୍ରହ

ଛତ୍ରପୁର : ୦୨.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର :  ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଠାରେ ମିଟୁ ପ୍ରଧାନ ସ୍ବେଛାସେବୀ ସଙ୍ଗଠନ ତରଫରୁ ବିଶ୍ଵ ଏଡସ୍ ଦିବସ ଅବସରରେ ପ୍ରଥମ ଥର ପାଇଁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ତହସିଲଦାର ଶ୍ରୀ ସୁକାନ୍ତ ମିଶ୍ର,ଖଣ୍ଡିଦେଉଳି ସି.ଏଚ୍. ମେଡ଼ିକାଲ ଅଫିସର ସୌମ୍ୟରଞ୍ଜନ ମହାପାତ୍ର,ହାଇକୋର୍ଟ ବାର୍ ଆସୋସିଏନ୍ ସଦସ୍ୟ ତଥା ଯୁବ ସଂଘଠକ ଓ ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ, ଗ୍ରାସିମ୍ କେମିକାଲ ର ମାନବ ସମ୍ଭଳ ମୁଖ୍ୟ ନିରୋଜ ପଟ୍ଟନାୟକ,ଦୀପକ ଫଟିଲାଇଜର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୁନ୍ଦାଏ ରକ୍ତର ମୂଲ୍ୟର ଗୁରୁତ୍ଵ ବହୁତ୍ ମୂଲ୍ୟବାନ ବୋଲି ତହସିଲଦାର ସୁକାନ୍ତ ମିଶ୍ର କହିଥିବା ବେଳେ ଗ୍ରସିମ୍ ମାନବ ସମ୍ବଳ ମୁଖ୍ୟ ନିରୋଜ୍ ପଟ୍ଟନାୟକ ରକ୍ତର ସଂଚୟ ଓ ସ୍ଥାୟୀତ୍ଵ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦୀପକ ଫର୍ଟିଲାଇଜର ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି ମହାନ୍ତି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।ଅନ୍ୟ ଅତିଥି ତଥା ଯୁବ ସଂଗଠକ,ଯୁବ ସମାଜସେବୀ ଓ ହାଇକୋର୍ଟ ବାର ଆସୋସିସନ୍ ସଦସ୍ୟ ବିଭୂତି ଭୂଷଣ ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଏହିଭଳି ସମାଜସେବା କାର୍ଯ୍ୟକ୍ରମ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ଭିତରେ ଗଞ୍ଜାମ ବ୍ଲକ ଉପ ଶିକ୍ଷାଧିକାରୀ ବିଜୟ କୁମାର ବେହେରା,ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଉପ ସଭାପତି ଲିଙ୍ଗରାଜ ମହାପାତ୍ର,ଗଞ୍ଜାମ ବ୍ଲକ ବିଜେଡି ସଭାପତି ବାଦଲ କୁମାର ପ୍ରଧାନ,ଗଞ୍ଜାମ ଏନଏସି ଛାତ୍ର ବିଜେଡ଼ି ସଭାପତି ରାକେଶ ରଞ୍ଜନ ଦାସ,ଗଞ୍ଜାମ ଏନଏସି ଯୁବ ବିଜେଡ଼ି ସଭାପତି ସୁଧୀର କୁମାର ପାଢ଼ୀ,ବରିଷ୍ଠ ନାଗରିକ ସଂଘ ସଭାପତି ରବୀନ୍ଦ୍ର କୁମାର ପଣ୍ଡା,ଭରଷା ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ,ମିଡିଆ ହାଉସ ଉପଦେଷ୍ଟା ଲକ୍ଷ୍ମୀ ପାଢ଼ୀ, ବଡ଼ବଜାର ବଣିକ ସଂଘ ସଭାପତି ଗୌରୀଶଙ୍କର ବାରିକି,ଉପସଭାପତି କାହୁଁ ପଣ୍ଡା,ପୂର୍ବତନ ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ନିଲାଞ୍ଚଳ ବାରୀକି, ପାଳିବନ୍ଧ ନାୟବ ସରପଞ୍ଚ କୃଷ୍ଣ ପ୍ରଧାନ,ସମିତି ସଭ୍ୟ ପ୍ରତିନିଧି ଛାୟାକାନ୍ତ ପ୍ରଧାନ,କୋଦଳା ବିଜେପି ନେତା ବିପ୍ର ପରିଡ଼ା,ହିଞ୍ଜିଳିକାଟୁ ଯୁବ ନେତା  ସୁନିଲ ସେଠୀ,ବିଜେପି ଯୁବ ନେତା ଦେବାଶିଷ ପଟ୍ଟନାୟକ,ବାପି ଦାସ,ସନ୍ତୋଷ ସେଠୀ ଯୋଗଦେଇଥିଲେ ।ରକ୍ତଦାନ ଶିବିରରେ ମୋଟ ୨୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।କାର୍ଯ୍ୟକ୍ରମକୁ ଗାୟତ୍ରୀ ପରିବାର,ଭରଷା ଅନୁଷ୍ଠାନ,ରାକେଶ ଦାସ,ଶିବାନନ୍ଦ ପଲାଇ, ନଳିନୀକାନ୍ତ ଦାସ,ଲିଙ୍ଗରାଜ ମହାପାତ୍ର,ବାଦଲ କୁମାର ପ୍ରଧାନ ସହଯୋଗ କରିଥିଲେ ।ଅନ୍ୟ ମାନଙ୍କ ଭିତରେ ବିକି ପଣ୍ଡା,ଭାଗିରଥି ସ୍ୱାଇଁ କାହୁଁ ଦଳେଇ,ଅମନ୍ ସାହୁ,ସଂଗ୍ରାମ ପଲାଇ,ସୂର୍ଯ୍ୟକାନ୍ତ ବାରିକୀ,ଅନୁପ ପ୍ରଧାନ,ବାପି ରଣ ସିଂ, ଲଲିତ ରଣ ସିଂ ସହ ଅନ୍ୟ ମାନେ ପରିଚାଳନା କରିଥିଲେ ।ଏହି ଭଳି ମେଗା ରକ୍ତ ଦାନ ଗଞ୍ଜାମରେ ପ୍ରଥମ ତରଫରୁ ହୋଇଥିବାରୁ ସବୁଆଡୁ ପ୍ରଶଂସା ମିଳିଥିବା ଦେଖାଦେଉଛି।

Leave a Reply

Your email address will not be published. Required fields are marked *