

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା ଗ୍ରାମର ଜନୈକ ଗରୀବ କିଡନୀ ଆକ୍ରାନ୍ତ ରୋଗୀ ସୟଦ୍ ଆବାସ ଅଲ୍ଲୀ ଙ୍କ ସମ୍ପର୍କରେ ବିସ୍ତୃତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ରାଜ୍ୟର ଜଣେ ଜଣାଶୁଣା ହୃଦୟବାନ ସମାଜସେବୀ ଶଶଧର ପଣ୍ଡା ସହଯୋଗ ର ହାତ ବଢ଼ାଇଛନ୍ତି ।ସୁଦୂର ରାଉରକେଲା ରୁ ସାମ୍ବାଦିକଙ୍କ ସହିତ ଯୋଗାଯୋଗ କରି ସୋମବାର ସକାଳୁ ସକାଳୁ ଆସି ପୀଡିତ ପରିବାରକୁ ୧୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ସରପଂଚ ଅବଦୁଲ ୱ।ହିଦ ଖାନ୍ (ମୋତି), ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ (ଲାକୋ) ଙ୍କ ଉପସ୍ଥିତରେ ସହାୟତା ପ୍ରଦାନ କରି ଫେରି ଯାଇଛନ୍ତି ।
ଆଗାମୀ ଦିନରେ ପୀଡିତ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ ଅବ୍ୟାହତ ରହିବା ସହିତ ଅନ୍ୟାନ୍ୟ ସାମାଜିକ ଓ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇ ଯାଇଛନ୍ତି।
ସମାଜସେବୀ ତଥା ସୁସାହିତ୍ୟକ ଶଶଧର ପଣ୍ଡା ଙ୍କ ଏତାଦୃଶ ମହନୀୟ କାର୍ୟ୍ୟ ପାଇଁ ସରପଂଚ ଓ ସମିତି ସଭ୍ୟ ଦ୍ବୟ ଭୁୟସୀ ପ୍ରଶଂସା କରିବା ସହିତ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସମାଜସେବୀ ଶଶଧର ଙ୍କ ସହିତ ଡ଼ଃ ପଞ୍ଚାନନ ଗାହାଣ, ମିହିର କୁମାର ବିଶ୍ୱାଳ, ନିକୁଞ୍ଜ ରାଉତ ପ୍ରମୁଖ ବ୍ୟକ୍ତିବିଶେଷ କାର୍ୟ୍ୟ କ୍ରମରେ ସାମିଲ ହୋଇଥିଲେ ।