ସ୍ବାମୀ ବିବେକାନନ୍ଦ ଜ୍ଞାନ ମନ୍ଦିରର 26 ତମ ବାର୍ଷିକ ଉତ୍ସବ-ଭଲ ମଣିଷ ହେବା ପାଇଁ ଅତିଥିମାନଙ୍କ ଆହ୍ବାନ।

ବ୍ରହ୍ମପୁର, 23-02
ବ୍ରହ୍ମପୁର ସହର ଉପକଣ୍ଠସ୍ଥିତ ଭାବିନୀ ପୁର ବିବେକାନନ୍ଦ ଜ୍ଞାନ ମନ୍ଦିରର 26 ତମ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଅନୁଷ୍ଠାନଟି ଦୀର୍ଘ 26 ବର୍ଷ ହେଲା ନିଜର ସ୍ବାତନ୍ତ୍ର୍ଯ ବଜାୟ ରଖି ଶିକ୍ଷାଦାନ କରି ଚାଲିଥିବା ପରିପ୍ରେକ୍ଷୀରେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ମୁଖ୍ଯ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା ଯୋଗଦେଇ ଛାତ୍ରଛାତ୍ରୀ ମାନେ ପଞ୍ଚଦେବ–ମାତା,ପିତା,ଶିକ୍ଷକ, ଆଚାର୍ଯ୍ଯ ଓ ଅତିଥି ମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ରୂପେ ଉମାଚରଣ ମିଶ୍ର ଓ କାଳିନ୍ଦୀ ଚରଣ ନାୟକ ଯୋଗଦେଇ ବିଦ୍ଯା ହିଁ ଶ୍ରେଷ୍ଠ ଧନ ଏବଂ ଏହି ଧନକୁ ଅର୍ଜନ କରିବା ପାଇଁ ଆହ୍ବାନ ଦେଇଥିଲେ। ପରିଚଳନା କମିଟୀର ଉପସଭାପତି ସୁବାଷ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ।ପ୍ରଦୀପ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ।ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଉପସ୍ଥିତ ଅଭିଭାବକ ବୃନ୍ଦ ଓ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୂର ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *