
ସମାଜ ଟା ଆଜି
ଏତେ କଳୁଷିତ
ମପିବାକୁ ପାଉ ନାହିଁ ହାତ
କେହି କାହାକୁ ବୁଝାନ୍ତିନି ଏଠି
ସଭିଏଁ ନିଜ ନିଜ ସ୍ବାର୍ଥରେ ଜଡିତ
ଏଥିପାଇଁ ମନ ଭାରି ଦୁଃଖିତ
ସମାଜ ଟା ଆଜି ଏତେ କଳୁଷିତ —
ବାପା ର କଥାକୁ ଶୁଣୁ ନାହିଁ ପୁଅ
ପ୍ରେମ ରେ ପାଗିଳି ବାଡ଼ୁଅ ଝୁଅ
ସନ୍ତାନ କୁ ଛାଡ଼ି ପଳାଏ ମାଆ
ପର ପୁରୁଷ କୁ କରି ଇଙ୍ଗିତ
ଏଥି ପାଇଁ ମନ ଭାରି ଦୁଃଖିତ
ସମାଜ ଟା ଆଜି ଏତେ କଳୁଶୀତ —
ସେନେହ ଶରଧା ଯାଉଛି ଉଠି
ବିଶ୍ୱାସ ରବନ୍ଧ ନାହିଁ ତ ଆଜି
ଘରେ ଘରେ ଆଜି ପାଚେରୀ ଉଠୁଛି
ରକତ ର ଶତ୍ରୁ ରକ୍ତ
ଏଥି ପାଇଁ ମନ ଭାରି ଦୁଃଖିତ
ସମାଜ ଟା ଆଜି ଏତେ କଳୁସିତ —
ବଡ ସାନ ଜ୍ଞାନ ନାହିଁ କାହାର
ସଭିଏଁ ତ ଏଠି ରାଜା
ପରଜା ହେବାକୁ ରାଜି ନୁହଁ କେହି
ଉଧାର ହେ ଜଗନ୍ନାଥ
ଉଧାର ହେ ଜଗନ୍ନାଥ ସମାଜ ଟା ଆଜି ଏତେ କଳୁଷିତ —
—————–
ନିରୁପମା ସ୍ୱାଇଁ
ବାରିପଦା ମୟୂରଭଞ୍ଜ