୮ ଦିନରେ ମୋଟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷର ଗଣ ଅଣ୍ଡାଦାନ ସମସ୍ତ ରେକର୍ଡକୁ ଭାଙ୍ଗିଛି ।

ଛତ୍ରପୁର : ୨୪.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଋଷିକୂଲ୍ୟା ମୁହାଁଣରେ କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ । ଋଷିକୂଲ୍ୟା ମୁହାଁଣରେ ଚାଲିଥିବା ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଗଣ‌‌‌ ଅଣ୍ଡାଦାନ ଶେଷ ହୋଇଛି । ଚଳିତ ବର୍ଷ ୮ ଦିନରେ ମୋଟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷର ଗଣ ଅଣ୍ଡାଦାନ ସମସ୍ତ ରେକର୍ଡକୁ ଭାଙ୍ଗିଛି ।

ଏହି ଅଣ୍ଡାରୁ ଛୁଆ କିଭଳି ୪୫ ଦିନ ଧରି ବାଲି ମଧ୍ୟରେ ସୁରକ୍ଷିତ ରହିବ ସେ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି
୨୦୨୨ ମସିହାରେ ୫ ଲକ୍ଷ ୫୦ ହଜାର ଓ ୨୦୨୩ ମସିହାରେ ୬ ଲକ୍ଷ ୩୭ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଏଥର ଗହୀରମଥାକୁ ଟପିଛି ଋଷିକୂଲ୍ୟା ମୁହାଁଣରେ ଅଣ୍ଡାଦାନ । ଗହୀରମଥାରେ ୨୦୧୮ ମସିହାରେ ୬ ଲକ୍ଷ ୬୫ ହଜାର କଇଁଛ ଗଣ ଅଣ୍ଡାଦାନ କରି ରେକର୍ଡ କରିଥିଲେ ।

ଅଣ୍ଡାର ସୁରକ୍ଷା ପାଇଁ ପୋଡମପେଟାରୁ ପ୍ରୟାଗି ପର୍ଯ୍ୟନ୍ତ ବେଳାଭୂମିକୁ ୫୦ଟି ସେଗ୍‌ମେଣ୍ଟରେ ବିଭକ୍ତ କରାଯାଇ ବନ କର୍ମଚାରୀ ଜଗି ରହିଥିବା ବ୍ରହ୍ମପୁର ଡିଏଫଓ ଶନି ଖୋଖର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *