ସତ୍ୟ

ସତରେ ତୋତେ ପାଇବାକୁ ହେଲେ
ଆସେ ବହୁ ଝଡ ଝଂଜାତ
ତୋ ପଥ ବଡ ଦୁର୍ଗମ ଅଟଇ
ତଥାପି ତୁ ସ୍ଥିର ଅନିତ୍ୟ
ମିଛ କହିବାରେ ମିଛର ରାସ୍ତାରେ
ଆସେ କ୍ଷଣିକ ଆନନ୍ଦ
ହେଲେ ସେ ନୁହେଁ ଚିର ସ୍ଥାୟୀ ତ
ସତ୍ୟ ରେ ତୁ ଚିରନ୍ତନ ସତ୍ୟ ——
ସତ ଯେ କହେଇ
ମାଡ଼ ସେ ଖା ଆଇ
ମିଥ୍ୟାର ହୁଅଇ ଜୟଯୁକ୍ତ
ଚୋର ଖସି ଯାଏ
ସାଧୁ ବନ୍ଧା ହୁଏ
ଏହା କଳିଯୁଗ ନ୍ୟାୟ ତ
ସତ୍ୟ ରେ ତୁ ———–
ତୋ ମୁକୁଟ ଯେ ଧାରଣ କରିଛି
ସେପାଇଛି ମଧୁ ଅମୃତ
ଗୋଡ ହାତ ତାର ଭାଙ୍ଗିଣ ଯାଇଛି
ତଥାପି ସେ ଡରି ଯାଇନି ତ
ସତ୍ୟ ରେ ତୁ ———-
ସତର ଜୟ ହୁଏ ଯୁଗେ ଯୁଗେ
ଋଷି ମୁନି ଙ୍କର ବାଣୀ ତ
ମିଛର ଆୟୁଷ ରାତିର ସପନ
ବୁଝି ପାରୁନି ଏ ପାପୀ ମଣିଷ ତ
ସତ୍ୟ ରେ ତୁ ———–
ତୋ ପଥରେ ଚାଲି ଥକି ମୁଁ ଯାଇଛି
ଖାଇଛି ଗୋଇଠା ମାଡ଼
ତୋତେ ଛାଡିବିନି
ଥିବା ଯାଏ ଜୀବ
ତୁ ମୋର ଚୀର ବିଶ୍ୱସ୍ଥ
ସତ୍ୟ ରେ ତୁ ————
————end——-
Nirupama swain
BPD MBJ

Leave a Reply

Your email address will not be published. Required fields are marked *