ନୁଆଁଣିଆ ଚାଳ ଘର

ନୂଆଁଣିଆ ଚାଳଘର
ଚାଳ ଉପରେ ମାଡ଼ିଛି
ଲାଉ,କଖାରୁ , ପୋଇଡଙ୍କ ଶାଗ ତର
ସେ ଘର ର ସୁନ୍ଦର ତା
ଆମ ପାଇଁ ସାତ ପର
ନୂଆଁଣିଆ ଚାଳ ଘର ————
ସକାଳ ର ପ୍ରଥମ କିରଣ
ନାଲି ରଙ୍ଗ ସୁରୂଜ ର
ନିଧି ଅଜା ଘର ଗାଁ ଚାଟ ଶାଳୀ
ପଣି କିଆ ଡାକ ସ୍ୱର
ନୂଆଁ ଣିଆ ଚାଳ ଘର ———–
ଖାରବେଳ ଟାରେ ପିଣ୍ଡା ଉପରେ
କମିଯାଏ ପାସା ତାସ ର ଖେଳ
ସନ୍ଧ୍ୟା ନଇଁ ଗଲେ ଭାଗବତ ଗୀତା
ଆହା କେଡେ ମନୋ ହର
ନୂଆଁଣି ଆ ଚାଳ ଘର ———–
ପଖାଳ ସାଙ୍ଗକୁ ବଡି ପୋଡ଼ା ଛେଚା
ଶୁଖୁଆ ରାଇ ର ମଜା ତର
ସେ କାଳ ପଖାଳ ଉଭେଇ ଯାଇଛି
ତୋରାଣି ର ବାସ୍ନା ନାହିଁ ତର
ନୁଆଁ ଣୀଆ ଚାଳ ଘର ——
ଚାଳ ଘର ର ସେ ଅନୁଭୁତି କଥା
ବିଲୁପ୍ତ ହୋଇ ଗଲାଣି
ସାଙ୍ଗ ସାଥି ମେଳ
ବୋହୁ ଚୋରି ଖେଳ
ଦାଣ୍ଡେ ଉଡୁ ନାହିଁ ଧୂଳି ତର
ନୂଆଁ ଣିଆ ଚାଳ ଘର ———–
ଅଟାଳିକା ମୟ ହେଉଛି ଏ ଗାଁ
ଭାଇଚାରା ଆଉ ନାହିଁ ତର
ରଜ ଦଶହରା ଭାଲୁ କୁଣି ଓଷା
ଗାଁ ଜନ୍ତାଳ ହେଲା ସାତ ପର
ନୂଆଁଣୀଆ ଚାଳ ଘର ———–
————end————
Nirupama swain
BPD MBJ

Leave a Reply

Your email address will not be published. Required fields are marked *