


ରାୟଗଡ-ଅଜୟ ରଥ-
ଦୁଇ କଲରା ପତ୍ରିଆ ବାଘ ଛାଲ ସହିତ ଜଣେ ଗିରଫ।ଡିଲ ଚାଲୁଥିବା ସମୟରେ ମାଡି ବସିଲେ କଟକ ଭିଜିଲାନ୍ସ ଟିମ।ବିଶେଷ ସୂତ୍ରରୁ ଖବର ପାଇ କଟକ ବନବିଭାଗ( DCF) ଭିଜିଲାନ୍ସର ରଜନୀ କୁମାର ମହାନ୍ତି ଙ୍କ ସହିତ ଏକ ୮ଜଣିଆ ଟିମ ଏବଂ ରାୟଗଡା ଜିଲ୍ଲା ସଦର ରେଞ୍ଜର ୬ ଜଣିଆ ଟିମ ମିଳିତ ଉଦ୍ୟମରେ ରାୟଗଡା ଜିଲ୍ଲା ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ଲଜରେ ଡିଲ ଚାଲିଥିବା ସମୟରେ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ବିଭଗ।ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ଜିମିଳିପେଟା ପ୍ରେମନଗର ଅଞ୍ଚଳର ରେଡି କୌଶଲ୍ୟାକୁ ଗିରଫ କରି ବା ସହିତ ତାଙ୍କ ନିକଟରୁ ଦୁଇଟି ବାଘ ଛାଲ ଜବଦ କରିଛି ଟିମ ।