ମାଁ ରାମଚଣ୍ଡୀ ପୀଠରେ ହେବ ବିଶାଳ ସାଧୁ ସମାବେଶ । ଅନୁଧ୍ୟାନ କଲେ ଭାସ୍କର ତୀର୍ଥ ମହାରାଜ ।

ଛତ୍ରପୁର : ୧୫.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର :ଗଞ୍ଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ସ୍ଥିତ
ମାଁ ରାମଚଣ୍ଡୀ ପୀଠରେ ବିଶାଳ ସାଧୁ ସମ୍ମିଳନୀ ଓ ଦ୍ୱିତୀୟ ବାର୍ଷିକ ଉତ୍ସବ
ଆସନ୍ତା ବର୍ଷ (୨୦୨୫) ଫେବୃୟାରୀ ମାସରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ଭାସ୍କର ତୀର୍ଥ ମହାରାଜ
ଓ ସନ୍ଥ ମାନେ ଅନୁଧ୍ୟାନ କରିବା ସହ ମାଁ ଙ୍କ ଆଶୀର୍ବାଦ ନେଇଛନ୍ତି l
ପ୍ରଶାନ୍ତ କର ଭାଇଙ୍କ ନିମନ୍ତ୍ରଣରେ
ଗଞ୍ଜାମ ଜିଲ୍ଲାର ଦୁଇଜଣ ପୂଜ୍ୟାସ୍ପଦ ସନ୍ଥ ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡି ସ୍ୱାମୀ ଭାସ୍କର ତୀର୍ଥ ମହାରାଜ (ମହେନ୍ଦ୍ର ଆଶ୍ରମ ) ମହେନ୍ଦ୍ରଗିରି ଓ ଶ୍ରୀ ଶ୍ରୀ ଅଖିଳାନନ୍ଦ ତୀର୍ଥ ମହାରାଜ( ବୋରିଗାଁ, )
ମାଁ ରାମଚଣ୍ଡୀ ପୀଠକୁଆସିଥିବା ବେଳେ ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର,ସଂଯୋଜକ କମଲ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ଜ୍ୟୋତିଷ ଦୀପକ କୁମାର ଦାସ, ମ୍ୟାନେଜର ସନ୍ତୋଷ ପଣ୍ଡା, ସୁଧୀର ମହାରଣା,ରାଜେଶ ନନ୍ଦ,କାହ୍ନୁ ବେହେରା, ବରୁଣ ଚୌଧୁରୀ, ଉପେନ୍ଦ୍ର ବେହେରା ପ୍ରମୁଖ ସ୍ୱାଗତ କରିଥିଲେ l ଆସନ୍ତା ୨୦୨୫ ମସିହା ଫେବୃଆରୀ ମାସର ୧୬,୧୭ ଓ ୧୮ ତାରିଖରେ
ଅନୁଷ୍ଠିତ ହବାକୁ ଥିବା ଦ୍ୱିତୀୟ ବାର୍ଷିକ ଉତ୍ସବରେ ଏକ ବିଶାଳ ସାଧୂ ସମ୍ମିଳନୀ ବିଷୟରେ ଟ୍ରଷ୍ଟ ଓ ପୂଜା କମିଟି ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଏକ ରୁପରେଖା ପ୍ରସ୍ତୁତ କରାଯାଇଥିଲା l

Leave a Reply

Your email address will not be published. Required fields are marked *