” ଜାତୀୟ ପେନସନର୍ସ ଦିବସ -2024″

କଟକ ତା – 15-12-2024 -:ନିଖିଳ ଭାରତ ଡାକ ଓ ରେଳ ଡାକ ସେବା ରାଜ୍ୟ ପେନସନର୍ସ
ଆସୋସିଏସନ ତରଫରୁ ଏହାର ବାର୍ଷିକ ସାଧାରଣ ସଭା ଓ” ଜାତୀୟ ପେନସନର୍ସ ଦିବସ -2024″
ଉପଲକ୍ଷେ ଆଜି କଟକର ଯୋବ୍ରା ଠାରେ ଥିବା ଏସ. ଏନ ‘ସରକାର ମେମୋରିଆଲ ହଲରେ ରାଜ୍ୟସ୍ତରୀୟ କନଭେନସନ
ମlଧ୍ୟମରେ ପାଳିତ ହୋଇ ଯାଇ ଅଛି
ଆଜିର ସଭାରେ କଟକର ମେୟର ଶ୍ରୀ ଯୁକ୍ତ ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଓ ପୂର୍ବତନ ମହାଡାକପାଳ ଶ୍ରୀ ଯୁକ୍ତ ଲଳିତନ୍ଦୁ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ
କଟକ ଡିଭିଜନ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ
ସାଥୀ ଅଭୟ କୁମାର ଦାସ ଏହାକୁ ଉଦଘାଟନ କରିଥିଲେ ସଂଘର ସଭାପତି ସାଥୀ ଶିବଚନ୍ଦ୍ର ଦାଶ ସଙ୍ଘର ପତକା ଉତ୍ତାଳନ କରିଥିଲେ
ରାଜ୍ୟ ସଭାପତି ସାଥୀ କୁଞ୍ଜବିହାରୀ ରଥ ଓ ଉପସଭାପତି ସାଥୀ
ଏସ. ସି ଦାଶ ସଭା ପରିଚାଳନା କରିଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ରନାଥ ଧଳ ବାର୍ଷିକ ବିବରଣୀ ସହ ଜାତୀୟ ପେନସନର୍ସ ଦିବସ ତଥା କନଭେନସନର ଆଲୋଚ୍ୟ ବିଷୟବସ୍ତୁ ଉପରେ ଏକ ବିବରଣୀ ଗୃହରେ ଉପସ୍ଥାପନ କରିଥିଲେ

Leave a Reply

Your email address will not be published. Required fields are marked *