ପାରାଦୀପ ନିକଟ ଉଦୟବଟ ରେ ହୋଟେଲ ସମ୍ବିତି ରୟାଲ ଉଦଘାଟିତ l

ପାରାଦୀପ : ପାରାଦୀପ ଦୋଛକି ନିକଟ ଉଦୟବଟ ରେ ଚାରି ମହଲା ବିଶିଷ୍ଟ ଏକ କୋଠାରେ ସମ୍ବୀତି ରୟାଲ ନାମକ ଏକ ବଡ଼ ହୋଟେଲ ଉଦଘାଟନ କରାଯାଇଛି l ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶାର ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରି ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ପ୍ରଥମେ ଫିତା କାଟି ପ୍ରଦିପ ପ୍ରଯୋଲନ କରି ଉଦଘାଟନ କରିଥିଲେ l ସମ୍ବିତି ରୟାଲ ଆଣ୍ଡ ଗ୍ରୁପ ର ସାରା ଓଡ଼ିଶାରେ ଏଇ ଭଳି ଆଠଟି ବଡ଼ ହୋଟେଲ ଥିବା ବେଳେ ପାରାଦୀପ ଉଦୟବଟ ରେ ଏଇ ହୋଟେଲ୍ କୁ ନେଇ ନଅଟି ହୋଟେଲ ହେବା କଥା ହୋଟେଲ ର ମାଲିକ ସୁବାସ ନାୟକ ପ୍ରକାଶ କରିଛନ୍ତି l ଏଇ ହୋଟେଲ୍ ରେ ଗ୍ରାହକ ମାନଙ୍କୁ ଅlପାଇତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ କରାଯାଇ ଥିବା ବେଳେ ଏହି ହୋଟେଲ ରେ ସମସ୍ତ ଜନସାଧାରଣ ଙ୍କ ପାଇଁ ସୁଲଭ ମୂଲ୍ୟରେ ଖାଦ୍ୟ ପେୟ ମିଳିବାର ବେବସ୍ତା ମଧ୍ୟ କରାଯାଇଛି l ପାରାଦୀପ ଶିଳ୍ପ ନଗରୀ ହୋଇଥିବା ବେଳେ ଏଇ ଭଳି ବଡ଼ ବଡ଼ ହୋଟେଲ ଓ ଶିଳ୍ପ ସଂସ୍ଥା ମାନ ଗଢ଼ି ଉଠିବlର କାର୍ଯ୍ୟ କ୍ରମ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ମତବେକ୍ତ କରିଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *