ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ର ବନ୍ଧୁ ମିଳନ।

ଚଣ୍ଡିଖୋଲ ୧୫/୧୨(କଳିଙ୍ଗ ପ୍ରଭା) ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ଠାରେ ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚର ଏକ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଜାଇଛି। ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ପ୍ରଭାବରେ ଆମ ଓଡିଆ ମାନଙ୍କ ମଧ୍ୟରୁ ହଜି ଯାଉଥିବା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା କୁ ଉଜ୍ଜୀବିତ କରିବା ସହିତ ଆଜିର ଯୁବ ପିଢ଼ି ମାନଙ୍କ ମଧ୍ୟରେ ଓଡିଶାର ମହାନ୍ ଗୌରବ ମୟ ଇତିହାସକୁ ମନେପକାଇ ସହିତ ଯାତ୍ରା ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଯୁବ ପିଢ଼ି ମାନେ ଆଗେଇ ଆସିବାକୁ ବକ୍ତା ମାନେ ଆହ୍ଵାନ ଦେଇଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ସଭାପତି ଶିବ ନାରାୟନ ସ୍ବାଇଁ, ସମ୍ପାଦକ ଜ୍ଞାନରଞ୍ଜନ ପାତ୍ର, ମୁଖ୍ୟ ଉପଦେଷ୍ଟା ବିଧୁଭୁସଣ ରଥ, ଯାତ୍ରା ଓ ଥିଏଟର ନିର୍ଦ୍ଦେଶକ ଜିନେଶ ଦାସ, ଯାତ୍ରା ଲେଖକ ଜୀବନ ଜେନା, ଗୀତିକାର ଲଳିତ ନାରାୟନ ପାତ୍ର, ଯାତ୍ରା ନିର୍ଦେଶକ ଉଦୟ ଭାନୁ ଦାଶ ସମେତ ବହୁ ଅଭିନେତା ଅଭିନେତ୍ରୀ ଯୋଗଦେଇଥିଲେ।ଏଥିସହିତ ମଞ୍ଚ ପକ୍ଷରୁ ଜଗତପୁର, କଟକ ଠାରେ ଜଳ ଦାନ ଶିବିର, ଛତିଆ, ମାଣ୍ଡିଆ, ରାଘବପୁର, କେନ୍ଦ୍ରାପଡ଼ା ଠାରେ ମେଗା ବୃକ୍ଷ ରୋପଣ ଓ ସଚେତନତା, କାର୍ଯକ୍ରମ ଅନୁଷ୍ଟିତ ହେବlସହିତ ଗାନ୍ଧୀ ମଉସା ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଆଶିଷ ଦାସ, ମଣ୍ଟୁ ଲେଙ୍କା, ମନୋରଞ୍ଜନ ପଣ୍ଡା, ବିଶ୍ବ ଭୂଷଣ ପଢ଼ିଆରୀ, ଭାରତ ଭୂଷଣ ନାଥ, ଦେବିଦତ୍ତ ମହାନ୍ତି, ତାପସ ସାହୁ, ଅଭିନlସ ପଣ୍ଡା, ରାଜକିଶୋର ସ୍ବାଇଁ, ଦୟାନିଧି ବାରିକ୍, ସତ୍ୟଜିତ ପଣ୍ଡା, ସୁଧlକlନ୍ତ ସାହୁ, ସୁପ୍ରିତ୍ ନାୟକ, ଜୀତୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *