ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍

କଟକ : 15/12 /24 ସନ୍ଧ୍ୟାର କଟକ କପୁରିଆ ପ୍ରେସ ଛକଠାରେ ମୋ ବସ୍ ନିଆଁ ଲାଗି ଯାଇଥିଲା।ମୋ ବସ୍ କିଛି ଯାତ୍ରୀ ନେଇ ଭୁବନେଶ୍ଵର ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗି ଯାଇଥିଲା ବୋଲି ଜଣାପଡିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ କରି ଓହ୍ଲାଇ ଦିଆଯାଇଛି। ମଧୁପାଟଣା ଥାନା ପୋଲିସ ପହଞ୍ଚି ସହିତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଭିନ୍ନ ସମୟରେ ଦୃର୍ଘଟଣା ଘଟଣା ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଏହି ଦୃର୍ଘଟଣା ଜଣାପଡିଛି ମୋ ବସ୍ ଦ୍ଵାରା ଯାତ୍ରୀ କେତେ ସୁରକ୍ଷିତ ତାହା ଅନୁମେୟ ହେଉଛି।ମୋ ବସ୍ ଚଳାଚଳ କରୁଥିବା ଦିନରୁ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ ବିଭିନ୍ନ ସମସ୍ୟା। ତେଣୁ ଅନେକ ଦିନ ପୂର୍ବରୁ କଟକ ବସ୍ ଟର୍ମିନାଲ ଭିତରେ ଅଭିନୟ ଘଟଣା ଦେଖିବାକୁ ମିଳିଥିଲା। ସେଥିରେ ଗୋଟିଏ ନିରିହ ଜୀବନ ଚାଲିଗଲା। ତେଣୁ ଆଜି କଟକର ବୁଦ୍ଧି ଜୀଵୀ ମାନେ ପ୍ରସାଶନକୁ ଦାଇ କରିଛନ୍ତି।

Leave a Reply

Your email address will not be published. Required fields are marked *