ରାୟଗଡା ବନାଞ୍ଚଳ ଜଙ୍ଗଲ ନିଆଁ ର ନିୟନ୍ତ୍ରଣ ଓ ପ୍ରତିକାର ର ଉଦ୍ଧେଶ୍ୟରେ ମୋକ ଡ୍ରିଲ

ରାୟଗଡ-ଅଜୟ ରଥ- ରାୟଗଡା ବନାଞ୍ଚଳ ଅଧିକାରୀଙ୍କ ତତ୍ୱାବଧାନ ରେ ଆଜି ସ୍ଥାନୀୟ ବାରିଝୋଲା ସଂରକ୍ଷିତ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ଓ ପ୍ରତିକାର ର ଉଦ୍ଧେଶ୍ୟରେ ପୂର୍ବଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହାର ମୁଖ୍ୟ ଉଦେଶ୍ୟ ଆଗକୁ ଗ୍ରୀଷ୍ମ ଋତୁ ରହୁଥିବାରୁ ରାୟଗଡା ବନାଞ୍ଚଳର ବିଭିନ୍ନ ଜଙ୍ଗଲ ରେ ବିଭିନ୍ନ କାରଣରୁ ନିଆଁ ଲାଗି ପ୍ରତ୍ୟକ ବର୍ଷ ହଜାର ହଜାର ଏକର ଜଙ୍ଗଲ ସାଙ୍ଗକୁ ଲକ୍ଷ ଲକ୍ଷ ପ୍ରଜାତିର ଜଙ୍ଗଲର ମଞ୍ଜି ପଡି ଉଠୁଥିବା ଛୋଟ ଛୋଟ ଗଛ ନିଆଁ ରେ ପୋଡି ନଷ୍ଟ ହେବା ସହ ନିରୀହ ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁ ବରଣ କରିଥାନ୍ତି । ଏହି ନିଆକୁ ଜଙ୍ଗଲ ରେ ସମ୍ପୂର୍ଣ ବିସ୍ତାର ହେବା ପୂର୍ବ ରୁ କିପରି ଆୟତ କରାଯିବ ଓ କିପରି ସମ୍ପୂର୍ଣ ଭାବେ ବିଭିନ୍ନ ମାଧ୍ୟମ ପ୍ରୟୋଗ କରି ଲିଭା ଯାଇପାରିବ ତାହା ଉପରେ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତି ରେ ରାୟଗଡା ବନାଞ୍ଚଳ ର ସ୍କ୍ୱାର୍ଡ , ୱାଚର ଓ ବନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହା ଛଡା ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ବିଷୟରେ ଜଙ୍ଗଲ ପାଖରେ ରହୁଥିବା ଗ୍ରାମବାସୀ ମାନଙ୍କୁ କିପରି ସଚେତନ କରାଯିବ ସେ ଉପରେ ଗୁରୁତ୍ଵରୋପ କାରାଯାଇଛି।
ଏହି ଅବସରରେ ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ଵର ଆଚାରୀ , ବନପାଳ ଶ୍ରୀ ଗୌରି ଶଙ୍କର ସାହୁ , ଶ୍ରୀମତୀ ପଦ୍ମାବତୀ ପାଢି, ରବି ଚନ୍ଦ୍ର ପାତ୍ର , ବନରକ୍ଷୀ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ , ଶ୍ରୀମତୀ ଶକୁନ୍ତଳା କୋଣ୍ଡ।ଗୋରୀ , ଶ୍ରୀ ବି ଭାସ୍କର , ପାରା ବନ ରକ୍ଷକ ଆଦି କର୍ମଚାରୀ ଙ୍କ ସହ ଜମ୍ବୁ ଗ୍ରାମ ର ଗ୍ରାମବାସୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *