ବିଜ୍ଞାନ ଆଲୋଚନା ଚକ୍ର : ବିଶ୍ୱ ଓ ଜୀବନ

କଟକ ତା୧୪-୧୨ରିଖ
ବିଜ୍ଞାନ ପ୍ରଚାର ସମିତି ଆନୁକୂଲ୍ୟରେ ସମିତିର ସମ୍ପାଦକ ଡଃ ଦୀପକ ରାଜ ଙ୍କ ସହଯୋଗରେ ପ୍ରଫେସର ହରିହର ପଟ୍ଟନାୟକ ସ୍ମାରକୀ ବିଦ୍ୟାଳୟ କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁଳସୀପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ରେଭେନ୍ସା କଲେଜର ପୂର୍ବତନ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ଡଃ ଧରଣୀଧର ଜେନା “ବିଶ୍ୱ ଓ ଜୀବନ” ବିଷୟରେ ବକ୍ତୃତା ଉପସ୍ଥାପନ କରି ବିଶ୍ୱ କିପରି ସୃଷ୍ଟି ହେଲା ଓ ବିଶ୍ୱରେ ଜୀବନ ସୃଷ୍ଟି ହୋଇ ମଣିଷ କିପରି ସୃଷ୍ଟି ହେଲା ସେ ବିଷୟରେ ସ୍ଲାଇଡ଼ ମାଧ୍ୟମରେ ବିସ୍ତୃତ ବର୍ଣ୍ଣନା କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଡଃ ହୃଷିକେଶ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲା ବେଳେ ବିଜ୍ଞାନ ପ୍ରଚାର ସମିତିର ଆଜୀବନ ସଦସ୍ୟ ଶ୍ରୀ ନିରଞ୍ଜନ ପାତ୍ର ବିଜ୍ଞାନ ପ୍ରଚାର ସମିତିର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ l
ଅଧ୍ୟାପିକା ସୂର୍ଯ୍ୟସ୍ନାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏକଶହ ପଚାଶ ଜଣ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *