ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -2024

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -2024 ପୂଜାରିପୁଟ କଲ୍ୟାଣ ମଣ୍ଡପ, କୋରାପୁଟ ଠାରେ ଅନୁଷ୍ଠିତ ହୋଇଯ଼ାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୋରାପୁଟ ଯୋଗଦାନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ଡ଼କ୍ଟର ଶିବ, ଏ ଡି ଏମ ଓ, କୋରାପୁଟ ଯୋଗଦାନ କରିଥିଲେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ ଶ୍ରୀ ତରୁଣ ତପନ ପ୍ରହରାଜ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜୟପୁର, ଶ୍ରୀମତୀ ନିସା କେ.ଏସ । ଦୃଷ୍ଟିହୀନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ସାଗରିକା ମହାପାତ୍ର, ଶ୍ରବଣ ଶକ୍ତି ବିଦ୍ୟାଳୟ, ସୁନାବେଡ଼ା ର ପ୍ରଧାନ ଶିକ୍ଷକ ଶ୍ରୀ କେଲୁ ଚରଣ ମହାନ୍ତି ଯୋଗଦାନ କରିଥିଲେ ।
ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିଜର କାର୍ଯ୍ୟରେ ସମୁହ ଯୋଗଦାନ ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ନେତୃତ୍ୱ ନେବା । ସକାଳ 9.00 ସମୟ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୋରାପୁଟ ରୁ ପୁଜାରିପୁଟ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ରାଲୀ କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ 2.5ଲକ୍ଷ୍ୟ ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ-8 ଜଣ ଭିନ୍ନକ୍ଷମ ଦମ୍ପତିଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଛି, 18 ଜଣଙ୍କୁ ଦିବ୍ୟଙ୍ଗ ଙ୍କୁ ସ୍ଵବାଲମ୍ବନ୍ ପାଇଁ ସିଲେଇ ପ୍ରଦାନ୍ କରାଯାଇଥିଲା ଏବଂ 18 ଜଣ ବିନକ୍ଷମ ଙ୍କୁ ପ୍ରିଣ୍ଟର କୋମ ଜେରକ୍ସ ମେସିନ ପ୍ରଦାନ କରାଯାଇଥିଲା । ଏହା ସହିତ ସମାଜ ରେ ଭିନ୍ନକ୍ଷମ କ୍ଷେତ୍ରରେ ସାହାଯ୍ୟ କରୁଥିବା ସମାଜ ସେବୀ ଙ୍କୁ ମାନପତ୍ର ଏଵଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା.
ଏହି କାର୍ଯ୍ୟକ୍ରମ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ଅହାନ ବୈଦ୍, ଶ୍ରୀ ସୁଧାଂଶୁ ସିଂହ, ସୁବ୍ରତ ପାଣିଗ୍ରାହୀ, ଅର୍ଜୁନ ମାଝୀ, ଆଦିତ୍ୟ ପଣ୍ଡା, ସମସ୍ତ ବ୍ଲକ୍ ର କନିଷ୍ଠ ସହାୟକ, ସମସ୍ତ ବ୍ଲକ୍ ର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଏଵଂ ସାଜନ ବିଶୋଇ ଇତ୍ୟାଦି ଆୟଜନ କରିଥିଲେ।

Leave a Reply

Your email address will not be published. Required fields are marked *