
କଟକ : ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନର
କଟକ ବିଜୁପଟ୍ଟନାୟକ ଛକ ଶାରଳା ଭବନରେ ଠାରେ ୱାର୍ଲ୍ଡ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ଦିବସ ପାଳନ ଶୁଭ ଅବସରରେ ଦୀପ ପ୍ରଜ୍ବଳନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟର ହଜାର ହଜାର ସଦସ୍ୟଙ୍କ ମଧ୍ୟରେ କଟକର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସଂଗଠନର ପ୍ରତିଷ୍ଠାତା ତଥା ଅଧକ୍ଷ ମୀନକେତନ ପଟ୍ଟନାୟକ ସମାଜର ସେବା ତଥା କାର୍ଯ୍ୟକଳାପ ଓ ରାଜ୍ୟର ଅଭାବୀ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂଗଠନର ଦୃଷ୍ଟିକୋଣ ବିଷୟରେ ସମ୍ବୋଧିତ କରିଥିଲେ।
ଏହି ସମାରୋହରେ ଓଡିଶା ରାଜ୍ୟ ସଭାପତି ଅଶୁତୋଷ କୁମାର ସିଂ ଏବଂ ବହୁ ବୁଦ୍ଧିଜୀବୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଦେଶର ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ପୁରସ୍କାର ବିତରଣ କରିଥିଲେ।
ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ହେଉଛି, ଜାତିସଙ୍ଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଅଗ୍ରଣୀ ଟ୍ରଷ୍ଟ ଯାହାକି ସାମାଜିକ ସେବା ଯୋଗାଇବା ତଥା ସମାଜରେ ସଂସ୍କାର ଆଣିବା ପାଇଁ ସାମାଜିକ ନ୍ୟାୟ ଏବଂ ଶଶକ୍ତି କରଣ ସମ୍ବନ୍ଧରେ ଜାତି, ରଙ୍ଗ, ଧର୍ମ, ଲିଙ୍ଗ ଏବଂ ଭାଷାର କୌଣସି ଭେଦଭାବ ନକରି ଅଭାବୀ ଲୋକମାନଙ୍କର ମାନବ ଅଧିକାରକୁ ରକ୍ଷା କରିବା ପାଇଁ ବିଶେଷ ରୁପେ ଦେଶ ଏବଂ ବିଦେଶରେ କାଯ୍ୟ କରେ ବୋଲି ଅନୁଷ୍ଠାନ ପକ୍ଷରୁ ବର୍ତ୍ତମାନ ଦିଆଯାଇଥିଲା। ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା