

କଟକ ୭-୧୨-୨୦୨୪ରିଖ ବକ୍ସି ବଜାର ସ୍ଥିତ ନାୟକ ସାହି ଠାରେ ଥିବା ଶ୍ରୀମା ସରସ୍ଵତୀ ଶିଶୁ ବିଦ୍ୟାଳୟ ଠାରେ ଏକା ଦଶତମ ବିଜ୍ଞାନ ମେଳା ହସ୍ତ କର୍ମ ଓ ମୀନା ବଜାର ବିଦ୍ୟାଳୟ ପ୍ରାଗଣରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଗଜେନ୍ଦ୍ର ପାଣି ପୋରହିତରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ, ସମାଜ ସେବୀ ବିଦ୍ୟୁତ କୁମାରୀ ଲାଲା ଏବଂ ଉଦଘାଟକ ଭାବେ ଅଧ୍ୟାପକ ଶିକ୍ଷାବିତ୍ ଦାର୍ଶନିକ ପଣ୍ଡିତ ନୀଳକଣ୍ଠ ରାଉତ, ମୂଖ୍ୟ ଅତିଥି ଭାବେ ଅଧ୍ୟାପକ କିଶୋର କୁମାର ଦାସ, ମୂଖ୍ୟ ବକ୍ତା ଭାବେ ଆଲୋକ କୁମାର ପଣ୍ଡା ଏବଂ ସମ୍ମାନିୟ ଅତିଥି ଭାବେ ଅଧ୍ୟାପକ କ୍ଷୀରୋଦ ସାହୁ, ସମ୍ମାନୀତ ଅତିଥି ଭାବେ ସୁଶ୍ରୀ ପୁଷ୍ପିତ ମହାପାତ୍ର, ସହିତ ଅନ୍ୟମାନଙ୍କ ମଧ୍ୟରେ ସୁଭାସିସ କର,ନିରୋଜ କୁମାର ପରିଡ଼ା, ସ୍ମୃତି ରଞ୍ଜନ ପାଣି, ଉପସ୍ଥିତ ରହି ବିଜ୍ଞାନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପଙ୍କୋଜୀନି ପରିଡ଼ା ସହିତ ବିଦ୍ୟାଳୟର ଅନେକ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ। ଶେଷରେ ଚିତ୍ତରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।