
ବାରିପଦା /ଉଦଳା ,ତା୦୧/୧୦/୨୦୨୬ ( କ ବ୍ଯୁ) : ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଉଦଳା ତାଲୁକ ଆଇନ୍ ସହାୟତା କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉଦଳା ତାଲୁକ ଆଇନ ସହାୟତା କମିଟି ର ଚେୟାରମ୍ୟାନ୍ ତଥା ଏଡିଜେ ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲିଗାଲଏଡ୍ ରିଟେନର ଆଇନଜୀବି ଶାଶ୍ୱତ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ପରେ ସଭାପତି ଆଜିର ଏ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ବରିଷ୍ଠ ନାଗରିକ ମାନଙ୍କର ଆଇନଗତ ଅଧିକାର ଏବଂ ବିଭିନ୍ନ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ତତପରେ ଭାରପ୍ରାପ୍ତ ଲୋକସମ୍ପର୍କ ଅଧିକାରୀ ମୁରଲୀଧର ଚନ୍ଦ, ଉଦଳା ଜୁଡିସିଆଲ ମାଜିଷ୍ଟ୍ରେଟ୍ ଅନୁରାଗ ଦେହୁରୀ, ଉଦଳା ଓକିଲ ସଂଘ ସମ୍ପାଦକ ବସନ୍ତ କୁମାର ପରିଡା, ଉପଖଣ୍ଡ ଓକିଲ ସଂଘର ସମ୍ପାଦକ ରଜତ କୁମାର ମହାପାତ୍ର, ବରିଷ୍ଠ ନାଗରିକ ସଂଘର ସଭାପତି ଡାଃ ସଚ୍ଚିଦାନନ୍ଦ ପରିଡା, ବରିଷ୍ଠ ଆଇନଜୀବି ମକରନ୍ଦ ପଲେଇ ମଞ୍ଚାସୀନ ଥାଇ ବରିଷ୍ଠ ନାଗରିକ ଦିବସ ପାଳନର ତାତ୍ପର୍ଯ୍ୟ, ସାମାଜିକ ସୁରକ୍ଷା, ଆଇନଗତ ଅଧିକାର ସମ୍ପର୍କରେ ବକ୍ତବ୍ୟ ରଖିବା ପରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଡାଃ ଦିଲ୍ଲୀପ କୁମାର ଦିକ୍ଷୀତ, ନରେନ୍ଦ୍ର ରାଉତ, ଦିଗବାଳା ପରିଡା, ଶେଷମଣୀ ତ୍ରିପାଠୀ, ବିକାଶ ରଞ୍ଜନ ବାରିକଙ୍କ ସମେତ ଆଇନଜୀବି କମଳାକାନ୍ତ ମହାନ୍ତି, ହରପ୍ରିୟା ହାଁସଦା, ସୌମେନ୍ଦ୍ର ଦାଶ ଉପସ୍ଥିତ ଥିବା ବେଳେ ଆଇନ ସେବା କମିଟିର ସନତ କୁମାର ସେଠୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)