
ବାରିପଦା ତା୧/୧୦/୨୦୨୬
(କ: ବ୍ଯୁ)ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ରାଜନୈତିକ ଯାତ୍ରାର ସମ୍ମାନରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ସେବା ପକ୍ଷ ଅଭିଯାନ-୨୦୨୬ ଅବସରରେ ଅକ୍ଟୋବର ୧ ତାରିଖରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ନମୋ ସେବା ଗାଥା’ ଶୀର୍ଷକ ପଥପ୍ରାନ୍ତର ନାଟକ ପରିବେଷଣ କରାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ସେବା, ସ୍ୱଚ୍ଛତା, ସାମାଜିକ ଦାୟିତ୍ୱ, ମାନବିକତା ଓ ସାମୂହିକ ସହଭାଗିତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ନାଟକ ମାଧ୍ୟମରେ ସେବାର ମହତ୍ତ୍ୱ ଓ ସମାଜ ଗଠନରେ ଯୁବପିଢ଼ିର ଭୂମିକାକୁ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ । ନାଟକର ବିଭିନ୍ନ ଦୃଶ୍ୟ, ସଂଳାପ ଓ ଅଭିନୟ ଦର୍ଶକଙ୍କ ମଧ୍ୟରେ ସେବାଭାବ, ଦାୟିତ୍ୱବୋଧ ଓ ସାମାଜିକ ସଚେତନତା ସୃଷ୍ଟି କରିଥିବାବେଳେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ସାଂସ୍କୃତିକ ପ୍ରତିଭା ମଧ୍ୟ ପ୍ରତିଫଳିତ ହୋଇଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ସେବା ପକ୍ଷ ଅଭିଯାନର ମୂଳ ଲକ୍ଷ୍ୟକୁ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ସମାଜର ବ୍ୟାପକ ସ୍ତରରେ ପହଞ୍ଚାଇବାର ଏପରି ସାଂସ୍କୃତିକ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଯୁବପିଢ଼ି ସେବା ଓ ସାମାଜିକ ଦାୟିତ୍ୱର ଭାବନାକୁ ନିଜ ଜୀବନର ଅଂଶ କରିବା ଆବଶ୍ୟକ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର ସାଂସ୍କୃତିକ କମିଟିର ସଂଯୋଜିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଡ. ବିଚିତ୍ରନାଥ ସାହୁ, ଡ. ପାର୍ଥସାରଥୀ ମିଶ୍ର, ଡ. କୁକୁ ମହାପାତ୍ର, ଡ. ପ୍ରିୟଙ୍କା ଦାସ ଓ ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ୟୋତିପ୍ରକାଶ ଶତପଥୀ, ଅରୋସ୍ମିତା ଭୂୟାଁ, ସଞ୍ଜିବନୀ ଜେନା, ଶିଖାରାଣୀ ସିଂହବାବୁ, ଶ୍ରୁତି ମାଇତି, ଆଶୁତୋଷ ମଲ୍ଲିକ, ଦେବାଶିଷ ସାହୁ, ଶୁଭଶ୍ରୀ ଶତପଥୀ, କହ୍ନେଇଲାଲ ମଣ୍ଡଳ, ପ୍ରୀତିସ୍ମିତା ନନ୍ଦୀ, ସନ୍ତାନନ୍ଦ ପଟ୍ଟନାୟକ, ରାଜକିଶୋର ବେହେରା, ପ୍ରଜ୍ଞା ପାରମିତା ମହାରଣା, ଦେବାଶିଷ ମହାନ୍ତ, ଅଶୋକ କୁମାର ମହାନ୍ତି, ଦେବାଂଶୁ ଦେବାଶିଷ ନାୟକ, ସୁଶ୍ରୀ ସଙ୍ଗୀତା ମଲ୍ଲିକ ଓ ରୋଜାଲି ସୁପ୍ରିୟା ସେନାପତି ପ୍ରମୁଖ ନାଟକଟିକୁ ସଫଳତାର ସହ ପରିବେଷଣ କରିଥିଲେ । ସେବା ପକ୍ଷ ଅଭିଯାନକୁ ଅଧିକ ଜନମୁଖୀ ଓ ପ୍ରଭାବଶାଳୀ କରିବାରେ ପଥପ୍ରାନ୍ତର ନାଟକ ଏକ ସଶକ୍ତ ସଚେତନତା ମାଧ୍ୟମ ଭାବେ କାର୍ଯ୍ୟ କରିଥିବାବେଳେ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଅଭିନୟକୁ ଉତ୍ସାହିତ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି)