


ରାଜଗାଙ୍ଗପୁର: (କ. ବ୍ୟୁ.) ସୋମବାର, ସେପ୍ଟେମ୍ବର ୨୮, ୨୦୨୬, ସକାଳ ପ୍ରାୟ ୧୧ଟା ସମୟରେ, ଲକ୍ଷ୍ମୀପୋଷ ଗାଁରେ OCL ଆଇରନ୍ ଆଣ୍ଡ ଷ୍ଟିଲ୍ ଲିମିଟେଡ୍ ପ୍ଲାଣ୍ଟରୁ ଅନୁମତି ବିନା ଏବଂ ଗ୍ରାମସଭାର ସମ୍ମତି ବିନା ବେଆଇନ୍ ଭାବରେ ଫ୍ଲାଏ ଆସ୍ ଫୋପାଡ଼ିବା ପାଇଁ ପହଞ୍ଚିଥିଲା। ଗାଁ ଲୋକମାନେ ଗାଡ଼ିଟିକୁ ଅଟକାଇ ଡମ୍ପିଂ କରିବାକୁ ମନା କରିଦେଇଥିଲେ। ଯେତେବେଳେ ସେମାନେ ପ୍ରତିବାଦ କଲେ, କମ୍ପାନୀର ଗୁଣ୍ଡା ଏବଂ ଗାଡ଼ିମାଲିକ ସେଠାରେ ପହଞ୍ଚି ଗାଁ ଲୋକଙ୍କ ସହିତ ଯୁକ୍ତିତର୍କ କରିବାକୁ ଲାଗିଲେ। ଯେତେବେଳେ ଗାଁ ଲୋକମାନେ ବିରୋଧ କଲେ, ସେମାନେ ଗୁଣ୍ଡାଗିରି କଲେ ଓ ଫ୍ଲାଏ ଆସ୍ କୁ ଡମ୍ପ କରିବା କୁ ଚେଷ୍ଟା କଲେ ମଧ୍ୟ ଗ୍ରାମୀଣ ଲାଞ୍ଜିବେର୍ନା ପୋଲିସକୁ ଖବର ଦେଲେ ସୂଚନା ପାଇ ଲାଞ୍ଜିବେର୍ନା ଫାଣ୍ଡି ଅଧିକାରୀ ପରିଡା ବାବୁ ସଦବଳ ସହ ଘଟନାସ୍ଥଳକୁ ପହଞ୍ଚି ଗାଡ଼ିଟି ଜବତ କରିଥିଲା। ଗାଡ଼ିଟି ଫ୍ଲାଏ ଆସ୍ ଡମ୍ପିଂ ପାଇଁ ପହଞ୍ଚିଥିଲା, ଯାହା ଫଳରେ ଗାଁ ଲୋକମାନେ ଲାଞ୍ଜିବେର୍ନା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଓ କମ୍ପାନୀ ଏବଂ ଗାଡ଼ି ମାଲିକ ଓ ଡ୍ରାଇଭର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏବେ ପୋଲିସ ପ୍ରଶାସନ ଆଉ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ତାହା ଦେଖିବା କୁ ବାକି ରହିଲା
ହାଇବା ଟ୍ରକ କୁ ଲାଞ୍ଜିବେର୍ନା ଫାଣ୍ଡି ରେ ରଖାଯାଇଛି। ଏହି ବାହନମାଲିକମାନଙ୍କର ପ୍ରଶାସନ ପ୍ରତି କୌଣସି ଭୟ ନାହିଁ। ପ୍ରତିଦିନ ସେମାନେ ଟ୍ରକରେ ଫ୍ଲାଏ ଆସ୍ ଭର୍ତ୍ତି କରି ରାସ୍ତା କଡ଼ ନିର୍ଜନ ସ୍ଥାନରେ , ଏହାକୁ ଡମ୍ପିଂ କରି ପଳାଇଯାଆନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଏହି ପ୍ରକାରର ଡମ୍ପିଂ ଦେଖାଯାଉଛି। ଏହାର ଯତ୍ନ ନେବାକୁ କେହି ନାହାନ୍ତି। ଏହି ବ୍ୟବସାୟ ବେଧଡକ ଚାଲିଛି। ଅନେକ ସ୍ଥାନରେ ସିସିଟିଭି ଲାଗିଛି, ତଥାପି ଏହା ପ୍ରଶାସନର ନଜରକୁ କାହିଁକି ଆସୁନାହିଁ। ଯାନଗୁଡ଼ିକରେ GPS ଲାଗିଛି, ପ୍ରଶାସନ କାହିଁକି ଏହାର ଯାଞ୍ଚ କରୁନାହିଁ?
ଉପରୋକ୍ତ ଅଭିଯୋଗ ପଞ୍ଜିକରଣ କରିବା ସମୟରେ ଜ୍ଞାନପାଲି ସରପଞ୍ଚ କମଳା କୁଜୁର, ଜର୍ଜ ଲାକ୍ରା, ମାନୁଏଲ୍ ଲାକ୍ରା, ଝରଣା ବାଡା , ଏଲିସବା ଏକ୍କା, ବୀରମିତ୍ର ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )