
କଟକ : କଟକରେ ସୁନା ବ୍ୟବସାୟୀଙ୍କ ଠୁ ଡକାୟତି ଘଟଣାର ପରଦା ଫାସ । ଗିରଫ ହେଲେ ୬ ଅଭିଯୁକ୍ତ। ଅଭିଯୁକ୍ତଙ୍କ ନିକଟରୁ ୧ଲକ୍ଷ ୫ ହଜାର ଟଙ୍କା ଓ ୬ ଟି ଦାମୀ ମୋବାଇଲ ଜବତ କରିଛି ମଧୁପାଟଣା ଥାନା ପୋଲିସ । ଗତକାଲି ୨ ଅଭିଯୁକ୍ତ ଗିରଫ ହୋଇଥିଲା ବେଳେ ଆଜି ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଡ଼କାୟତି ଘଟଣାରେ ଆହୁରି ୨ ଅଭିଯୁକ୍ତ ଫେରାର ରହିଛନ୍ତି ଓ ସେମାନନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି କଟକ ଡିସିପି । ତେବେ ସମସ୍ତ ଗିରଫ ଅଭିଯୁକ୍ତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ଗିରଫ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ମାମଲା ରହିଥିବା କହିଛନ୍ତି ଡିସିପି। ତେବେ ଗତ ୧୨ ତାରିଖ ରାତିରେ ଘଟିଥିଲା ଏହି ଲୁଟ ଘଟଣା। ଘଟଣାର ମାଷ୍ଟର ମାଇଣ୍ଡ ଥିବା ଆନନ୍ଦ ହିଁ ରଚିଥିଲା ଏହି ଡ଼କାୟତି ଯୋଜନାର ବ୍ଲୁ ପ୍ରିଣ୍ଟ। ତାଳଦଣ୍ଡା କେନାଲ ଓଭର ବ୍ରିଜ ଉପରେ ମହିଳା ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ନଗଦ ଲୁଟିନେଇଥିଲେ ଲୁଟେରା । ଏମ୍ ପି ଛକ ରେ ଥିବା କଲିକତା ବସ୍ ଷ୍ଟପ୍ କୁ ସ୍କୁଟି ରେ ଯିବା ସମୟରେ ଜାତୀୟ ରାଜପଥ ୧୬ ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ଡ଼କାୟତ ଗ୍ୟାଙ୍ଗ ହଟାତ୍ ଗାଡ଼ି ଅଟକାଇବା ସହ ମହିଳା ସୁନା ବ୍ୟବସାୟୀ ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପ୍ରତିବାଦ କରିବାରୁ ତାଙ୍କୁ ବ୍ୟବସାୟୀଙ୍କ ମାରଣାସ୍ତ୍ର ଦେଖାଇବା ସହ ଲୁହା ରଡ ରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଧରି ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ ସମସ୍ତ ଡ଼କାୟତ। ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଏସ ସି ବି ମେଡିକାଲ କୁ ଚିକିତ୍ସା ପାଇଁ ପଠାଇଥିଲା। ଏହି ଘଟଣାରେ ୪ ଟି ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଥିଲା ପୋଲିସ। ସିସିଟିଭି , ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପରେ ଆଜି ଏହି ଘଟଣାର ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ ।