
କଟକ : ଚିନ୍ମୟ ମିଶନ କଟକ ଶାଖା ପକ୍ଷରୁ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଶତାବ୍ଦୀ ଭବନ ଠାରେ ଆଜିଠାରୁ 3 ଦିନ ବ୍ୟାପୀ ଗୀତା ଜ୍ଞାନ ଯଜ୍ଞ ଆରମ୍ଭ ହୋଇଛି। ବହୁ ସାଧୁ ସନ୍ଥ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭଗବତ୍ ଗୀତାର ବିଭିନ୍ନ ଅଧ୍ୟାୟ ଉପରେ ଆଲୋଚନା କରିଥିଲେ। କର୍ମ ଯୋଗ ଭାଗବତ ଗୀତାର ତୃତୀୟ ଅଧ୍ୟାୟ ବିଷୟ ବସ୍ତୁ କୁ ନେଇ ଗୀତା ଜ୍ଞାନ ଯଜ୍ଞ ରେ ଆଲୋଚନା ହୋଇଛି। ସ୍ୱାମୀ ସଦାନନ୍ଦ ସରସ୍ୱତୀ ପ୍ରବକ୍ତା ଭାବରେ ଯୋଗଦେଇ ଭଗବତ୍ ଗୀତାର ତୃତୀୟ ଅଧ୍ୟାୟ କୁ ବିଶ୍ଲେଷଣ କରି କହିଲେ ଭଗବତ୍ ଗୀତା ହିଁ ମଣିଷକୁ ଶାନ୍ତି ଦେଇ ପାରିବ। ତେଣୁ ଦୈନ୍ୟଦିନ ଭଗବତ୍ ଗୀତା ପାଠ କରାଗଲେ ମଣିଷର କର୍ମ ମୟ ଦିନ ମାନଙ୍କୁ ଶାନ୍ତ ଓ ସୁଖ ମୟ କରିପାରିବ। ସ୍ୱାମୀଜୀ ଭାରତ ଯୁଦ୍ଧରୁ ନିବୃତ୍ତ ରହିବାପାଇଁ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଙ୍କ ମଧ୍ୟରେ କଥୋପକଥନ କରି ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କର୍ମ ହିଁ ଜୀବନର ନିଦର୍ଶନ । ଚିନ୍ମୟ ମିଶନ ସଭାପତି ଡକ୍ଟର ଚିତ୍ତରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଭଗବତ୍ ଗୀତାର ତୃତୀୟ ଅଧ୍ୟାୟ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ର ଭୂମିକା କୁ ନେଇ ଆଲୋଚନା କରିଥିଲେ।