ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ


କଟକ ତା ୨୧ /୦୭ /୨୦୨୬ ରିଖ ମିଶନ ରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୩୫ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଙ୍କ ପୌରହିତ୍ୱ ରେ ବକଲି ଚାପେଲ ପରିସରରେ ରେ ପାଳିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ ) ର ଡିନ ତଥା ଉପ କୁଳପତି ପ୍ରଫେସର ଅନୁପ ସାମନ୍ତରାୟ ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଆତ୍ମସଚେତନ,ପ୍ରଚେଷ୍ଟା , ଢୃଢ଼ ନିଷ୍ଠା ଓ କୃତଜ୍ଞତା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆଣିଦେଇ ଥାଏ ବୋଲି କହିଥିଲେ I ରେଭେରେଣ୍ଡ ଅଜୟ କୁମାର ବେହେରା ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ I ରେଭେରେଣ୍ଡ ପଙ୍କଜ ସାହାଣୀ ବାଇବେଲ ପାଠ କରିଥିଲେ I ବିଦ୍ୟାଳୟର ସମ୍ପାଦକ ବିକ୍ରମ ଏନ ଆଡIମସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ I କଟକ ଡାଇଓସେସ ର ସମ୍ପାଦକ ଶ୍ରୀଯୁକ୍ତ ସମରେନ୍ଦ୍ର ପ୍ରାମାଣିକ କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ଦେଇଥିଲେ I ବିଦ୍ୟାଳୟ ର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ବିଦ୍ୟାଳୟର ବିଗତ ୩୫ ବର୍ଷ ର ସଫଳତା ପାଇଁ ଈଶ୍ୱରଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ I ରେଭେରେଣ୍ଡ ପଲାଶ ଦେ ଓ ଦଶମ ଶ୍ରେଣୀ ର ଛାତ୍ରୀ ସିମରତ କଉର ବାଇବେଲ ଅନୁଛେଦ ପାଠ କରିଥିଲେ I କଟକ ଡାଇଓସେସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରେଭେରେଣ୍ଡ ଏଫ ସି ନର୍ଥ କାର୍ଯ୍ୟକ୍ରମର ଶେଷ ପ୍ରାର୍ଥନା କରିଥିଲେ I ରେଭେରେଣ୍ଡ ପରିତୋଷ ରାଉତ ଈଶ୍ୱରଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ କଟକ ଡାଇଓସେସନ ଶିକ୍ଷା ବୋର୍ଡ ର ସମ୍ପାଦିକା ଡ଼ ରଶ୍ମିରେଖା ସେନାପତି , କଟକ ଷ୍ଟିୱାର୍ଟ ସ୍କୁଲ ର ଅଧ୍ୟକ୍ଷା ଡ଼ି ମାର୍ଟିନା , ଥମସନ ସି ଟି ଟ୍ରେନିଂ ଅନୁଷ୍ଠାନ ର ଅଧ୍ୟକ୍ଷା ଶ୍ରୀମତୀ ଅସୀମା ଯାଚକ, ବକଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୂଦୀପ୍ତା ଦାସ ବକଳି ପ୍ରି ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମତି ରେଖା ପଣ୍ଡା , ମମତା ସିଂ , ମାନସୀ ମହାନ୍ତି, ରେଭେରେଣ୍ଡ ଅବିନାଶ ଦାସ ,ରେଭେରେଣ୍ଡ ଗୋଲକ ନାୟକ, ବିଦ୍ୟାଳୟର ସ୍କାଉଟ ଏବଂ ଗାଇଡ଼ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ I ବିଦ୍ୟାଳୟର ବରିଷ୍ଠ ସଂଯୋଜକ ଚନ୍ଦନ କୁମାର ଦାସ , ସଂଯୋଜିକା ସୁମିତ୍ରା ପଣ୍ଡା ,ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ, ବରିଷ୍ଠ ଶିକ୍ଷୟିତ୍ରୀ ସୁଲତା ବେହେରା, ଆଭା ବିଶ୍ୱାଳ, ଅନିତା ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ବରିଷ୍ଠ ସଂଯୋଜକ ଚନ୍ଦନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ର ରାଜବିର ବେହେରା ଓ ଛାତ୍ରୀ ଶୃଷ୍ଟି ନାୟକ ଉପସ୍ଥାପନା କରିଥିଲେ I

Leave a Reply

Your email address will not be published. Required fields are marked *