ସ୍ୱତନ୍ତ୍ର ସଘନ ସଂଶୋଧନ ଭୋଟର ତାଲିକାର ଶୁଣାଣି

କଟକ : କଟକ ମହାନଗର ନିଗମର 54 ଏବଂ 55 ନମ୍ବର ୱାର୍ଡରେ ଏସ ଆଇ ଆର୍ ତଥା ସ୍ଵତନ୍ତ୍ର ସଘନ ସଂଶୋଧନ ବିଦ୍ୟାଧର ପୁର ହାଇସ୍କୁଲ ପରିସରରେ ଆପତ୍ତି ଅଭିଯୋଗ ର ଶୁଣାଣି କରାଯାଉଛି। ଏହି ଶୁଣାଣି ବେଳେକଟକ ସଦର ତହସିଲ ଦାର ଦେବଦତ୍ତ ପ୍ରଧାନ, କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା,ୱାର୍ଡ ର
ବି ଏଲ ଏବଂ ସୁପର୍ ଭାଇଜର ସୁଶାନ୍ତ କୁମାର ସାହୁ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରୁଛନ୍ତି। ଚଳିତ ମାସରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଥିଲା। ତାଲିକାରେ ବାଦ୍ ପଡ଼ିଥିବା ଭୋଟର ମାନଙ୍କ ଅଭିଯୋଗ କୁ ଭିତ୍ତି କରି ଆଜି ଶୁଣାଣି କରାଯାଉଛି। ଶୁଣାଣି ଶେଷ ହେବା ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଠାରେ ସୂଚାଇ ଦିଆଯାଇ ପାରେ ସି ଏମ ସି ର 54 ଓ 55 ୱାର୍ଡ ରେ ଏସ ଆଈ ଆର୍ ରେ ବହୁ ଭୋଟର ଙ୍କ ନାଁ ବାଦ୍ ପଡ଼ିଛନ୍ତି। ବାଦ୍ ପଡ଼ିଥିବା ଭୋଟର ମାନଙ୍କ ର ଆଜି ଶୁଣାଣି କରାଯାଉଛି।

Leave a Reply

Your email address will not be published. Required fields are marked *