ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ସ୍ବାସ୍ଥ୍ୟରକ୍ଷା ଓ ସ୍ବାକ୍ଷରତା ସଚେତନତା ଦିବସ ପାଳିତ

କଟକ ୧୩/୭ : କଟକ ନୟାସଡ଼କସ୍ଥିତ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ଭାରତ ସ୍କାଉଟ୍ ଓ ଗାଇଡ୍‌ର ରେଞ୍ଜର ଲିଡ଼ର ମଞ୍ଜୁସ୍ମିତା ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟରକ୍ଷା ଓ ସ୍ବାକ୍ଷରତା ସଚେତନତା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗୀୟ ମୁଖ୍ୟ ନିବେଦିତା ମହାନ୍ତିଙ୍କ ପୌରହିତ୍ୟରେ ଏହି ସଚେତନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଟକ ମହାନଗର ନାଗରିକ ମହାସଭାର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ରୀମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *