
କଟକ : ବିଶିଷ୍ଟ କ୍ରୀଡା ସଂଗଠକ ତଥା ବାରବାଟି ଷ୍ଟାଡିୟମର ଅନ୍ୟତମ ପ୍ରତିଷ୍ଠାତା ସ୍ୱର୍ଗୀୟ ଭୈରବ ଚନ୍ଦ୍ର ମହାନ୍ତିଙ୍କ ଆଜି ସୋମବାର ଦିନ 113 ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାରବାଟି ଷ୍ଟାଡିୟମ ଠାରେ ଅବସ୍ଥିତ ସ୍ୱର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ବହୁବିଶିଷ୍ଟ କ୍ରୀଡା ସଂଗଠକ, ଖେଳାଳି ମାନେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ମହାନ୍ତି ଓଡ଼ିଶାର କ୍ରୀଡା ଜଗତକୁ ଦାନ ଅତୁଳନୀୟ । ବିଶେଷ କରି ରାଜ୍ୟରେ ବିଭିନ୍ନ ପ୍ରକାର ଖେଳ କସରତ କୁ ପ୍ରଚାର ପ୍ରସାର ଏବଂ ଖେଳାଳି ସୃଷ୍ଟି ପାଇଁ ସେ ବାରବାଟି ଷ୍ଟାଡିୟମକୁ ଗଢ଼ିଥିଲେ। ବିଶେଷ କରି ରାଜ୍ୟରେ କ୍ରୀଡ଼ାର ବିକାଶ ଏବଂ ଖେଳାଳି ସୃଷ୍ଟି କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ସ୍ୱର୍ଗତ ମହାନ୍ତି ଡକ୍ଟର ହରେକୃଷ୍ଣ ମହତାବ ଙ୍କ ଠାରୁ ସହଯୋଗ ପାଇ ବାରବାଟି ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲେ। ବାରବାଟି ଷ୍ଟାଡିୟମ କୁ ଏକ ଉନ୍ନତ ଧରଣର ଷ୍ଟାଡିୟମ୍ ରେ ପରିଣତ କରିବା ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାଙ୍କର ସେହି ଅଧୁରା ସ୍ୱପ୍ନ ସମ୍ପୂର୍ଣ୍ଣ ହୋଇଛି ବୋଲି ବହୁ ବିଶିଷ୍ଟ କ୍ରୀଡା ସଂଗଠକ ଓ ଖେଳାଳି ମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଅଭିଜିତ୍ ପାଲ ସ୍ୱର୍ଗତ ମହାନ୍ତି ଙ୍କ ର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ।