
ପଶୁ-ପକ୍ଷୀ’ଠାରୁ ସ୍ବାସ୍ଥ୍ୟ ଓ ସଂସ୍କୃତି
ସୁରକ୍ଷା’ର ନିବେଦନ,
ବୃକ୍ଷଲତା’ଠାରୁ ବନ୍ଧବାଡ଼ ଆଦି
ସୁରକ୍ଷାରେ ଥାଏ ଧ୍ୟାନ ।
ସବୁରି ମୂଳରେ ଖାଦ୍ୟ-ସାମଗ୍ରୀ ଯେ’
ସବୁଠାରୁ ମୂଲ୍ଯବାନ,
ବଞ୍ଚିବା ପାଇଁ ଯେ’ ଅପରିହାର୍ଯ୍ଯ ସେ’
ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।
ଧାନ ବିରି ମୁଗ ଗହମ ଇତ୍ୟାଦି
ଶସ୍ୟକ୍ଷେତ୍ରେ ବିପର୍ଯ୍ୟୟ,
ଉତ୍ପାଦନ ପରେ ମୂଷା ପୋକ-ଜୋକ
ଦାଉରେ ହୁଅଇ କ୍ଷୟ ।
ଆପେଲ ଅଙ୍ଗୁର ଆଳୁ ସାରୁ ଆଦି
ଋତୁଜାତ ଫଳ-ମୂଳ,
ଉପଭୋଗ ପରେ ଅବଶିଷ୍ଟ ନଷ୍ଟ
ତା’ପରେ ମହଙ୍ଗା କାଳ ।
ଏମନ୍ତ ବିଚାର ବିମର୍ଶେ ସୁରକ୍ଷା
ଲୋଡ଼ା ଶୀତଳଭଣ୍ଡାର,
ଦରିଦ୍ର ଚାଷୀ ଯେ’ ଅସମର୍ଥ ଅର୍ଥେ
ସହଯୋଗରେ ସର୍କାର ।
ବନ୍ଯା କି ଦୁର୍ଭିକ୍ଷ ବିପର୍ଯ୍ୟୟେ ଖାଦ୍ୟ
ଅଭାବ ଦୂରୀକରଣ,
ସବୁଜ ବିପ୍ଳବ ସାଥେ ପ୍ରଯୋଜନ
ଖାଦ୍ୟ-ସୁରକ୍ଷା ନିଗମ ।
ଦେଶ ସମାଜର ଆର୍ଥିକ ବିକାଶ
ଖାଦ୍ୟ ଥିଲେ ଭରପୂର,
ଖାଦ୍ୟ-ସୁରକ୍ଷାର ପରିଚାଳନାରେ
ମୁଖ୍ୟାଂଶେ ଦାୟ ସର୍କାର ।
ବିଶ୍ବ ସ୍ବାସ୍ଥ୍ୟ ଏବଂ କୃଷି ସଙ୍ଗଠନ
ଏକତ୍ରିତେ ସଚେତନ,
ଦି’ ହଜାର ଊନ- ବିଂଶ ବର୍ଷ ଜୁନ
ସାତ ତାରିଖେ ବ୍ଯାଖ୍ଯାନ ।
ସେହି ମର୍ମେ ଚିନ୍ତା- ଚେତନାରେ ବିଶ୍ବ
ଖାଦ୍ୟ-ସୁରକ୍ଷା ଦିବସ,
ସଚେତନ ଜ୍ଞାନେ ଜାଗ୍ରତ ଆହ୍ବାନେ
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ
କୋଲକାତା