ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିୟୋଗ।

ବଡଚଣା : ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର ବିଶିଷ୍ଟ ଶିକ୍ଷକ ନେତା, ବିଷିଷ୍ଟ ଶିକ୍ଷାବିତ୍, ଗଣପତି ଜ୍ଞାନ ମନ୍ଦିର ପୂର୍ବତନ ସଭାପତି ତଥା ଧନଞ୍ଜୟ ବିଦ୍ୟାପୀଠ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନାୟକ ନାୟକ (୮୩)ଙ୍କ ର ଆଜି ନିଜ ବାସଭବନରେ ପରଲୋକ ଘଟିଛି। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ। ନିଜର ୩୫ବର୍ଷ ଶିକ୍ଷକତା ବୃତ୍ତିରେ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର, ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକୃତି ମିତ୍ର ପୁରସ୍କାର ଗ୍ରହଣ କରିବା ସହିତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି,ବଡଚଣା ମହୋତ୍ସବ କମିଟିର ସଭାପତି ସହିତ ବଡଚଣା ଅଞ୍ଚଳର ବହୁ ସାମାଜିକ , ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଟାନ ସହିତ ଜଡିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଶବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ବିଧାୟକ ଅମର ନାୟକ,ପୁର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର,ପୁର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ବଡ଼ଚଣା ବିଜେଡି ନେତା କ୍ୟେପଟେନ ରାଜନାରାୟଣ ମହାପାତ୍ର,,ବଡ଼ଚଣା ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା,ବଡଚଣା ପଞ୍ଚାୟତ ସମିତି ଉପାଧକ୍ଷ ବିଭାଷ୍ ଚନ୍ଦ୍ର ନନ୍ଦ,ପଲ୍ଲୀ ମଙ୍ଗଳ ସଭାପତି ସଞ୍ଜୟ କୁମାର ସ୍ବାଇଁ,ହୋଲି ଜେଶସ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା କାମିନୀ ନାୟକ,ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି, ଧାନ ମଣ୍ଡଳ ଗ୍ରାମ ପଞ୍ଚାୟତ ସରପଞ୍ଚ ନବଦ୍ଵିପ ନାୟକ, ପ୍ରେସ କ୍ଲବ ଚଣ୍ଡିଖୋଲ ର ସଭାପତି ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ମହାନ୍ତି,ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ,ସମରେନ୍ଦ୍ର ମାହାଲା , ସବିରୁଦ୍ଦିନ, ଆଇନଜୀବି , ଦେବରାଜ୍ ବେହେରା, ସମେତ ତାଙ୍କର ବହୁ ଛାତ୍ର ଛାତ୍ରୀ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ବର୍ଗ ଦ୍ବାର ନିଆ ଯାଇଥିଲା। ଜ୍ୟେଷ୍ଠ ପୁତ୍ର ଗୌରାଙ୍ଗ ନାୟକ ମୂଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *