ମାନବା ଧିକାର ରକ୍ଷକ ସଭାପତିଙ୍କ ହସ୍ତକ୍ଷେପ ପରେ  ବନ୍ଧା ପଡିଥିବା ଶବ ଉଦ୍ଧାର l

ଭୁବନେଶ୍ୱର କିମସ୍ ମେଡ଼ିକାଲ ରେ ବନ୍ଧା ପଡିଥିବା ଶବ ମାନବା ଧିକାର ସଭାପତି ଶ୍ରୀମତୀ ସଇଲେନ୍ଦ୍ରି ସେନାପତି ଙ୍କ ହସ୍ତକ୍ଷେପ ଦ୍ଵାରା ଝାଡ ଖଣ୍ଡ ଜାମସାଦ ପୁରୁ ର କମଳ ଘେସ ନାମକ ଜଣେ ମୃତ ବେକ୍ତିର ଶବ ଉଧାର ହେବା ମୃତ ଵେକ୍ତି ଙ୍କ ପୁତ୍ର ଠାରୁ ଜଣା ଯାଇଛି l ଖବର ରୁ ପ୍ରକାଶ ଝାଡ ଖଣ୍ଡ ଜାମସେଦ ପୁରୁ ଜଣେ ବ୍ୟକ୍ତି ବ୍ୟକ୍ତି  ବ୍ରେନ୍ ହାମ ରେଜ୍ ହେବାରୁ ଗତ ଡ଼ିସେମ୍ବର ୩୧ ତାରିଖରୁ ଭୁବନେଶ୍ୱର୍ କିମିଶି ମେଡ଼ିକାଲ ରେ ଚିକିତ୍ସା ପାଇଁ ଆଡିମିଟି ହୋଇ ଥିବା ବେଳେ ଦୀର୍ଘ ୨୧ ଦିନ ପରେ ୨୨ ଦିନ ବେଳକୁ କମଳ ଘେସ୍ ଙ୍କର୍ ମୃତ୍ୟୁ ଘଟି ଥିଲା l ଦୀର୍ଘ ୨୨ଦିନ ଚିକିତ୍ସା ମଧ୍ୟରେ ତାଙ୍କର ପୁଅ ୨୫ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବା ପରେ ନିଜର ଅବସ୍ଥା ଶୋଚନୀୟ ହେବାରୁ ସେ ମେଡିକାଲ୍ ର ଅବଶିଷ୍ଟ ୩ ଲକ୍ଷ୍ୟ ୨୫ ହଜାର ଟଙ୍କା ଦେଇ ପାରି ନ ଥିଲେ l ସେଥିପାଇଁ ମେଡିକାଲ୍ କତ୍ରୁ ପକ୍ଷ ମୃତ କମଳ ଘେଶ ଙ୍କ ଶବକୁ ତାଙ୍କ ପୁତ୍ରକୁ ହସ୍ତାନ୍ତର କରି ବାକୁ ମାନା କରିଦେଇଥିଲେ l ଯାହାକି ମୃତ ବାପାଙ୍କ ଶବ ଗୋଟ ପ୍ରକାର ବନ୍ଧା ପଡ଼ିବାରୁ ଶେଷରେ ନିରାଶ ହୋଇ ଇଣ୍ଟର ନେସନାଲ ମାନବା ଧିକାର୍ ସଭାପତି ସାଇଲେନ୍ଦ୍ରି ସେନାପତି ଙ୍କୁ ନିଜର ଦୁଃଖ ଜଣାଇ ଥିଲେ l ଏଥିରେ ନିଜେ ସାଇଲେନ୍ଦ୍ରୀ ସେନାପତି  ମେଡିକାଲ୍ କର୍ତୁପକ୍ଷ ଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ଦେୟ ମୁକ୍ତ କରିଥିଲେ l ପରେ କମଳ ଘେସ ନାମକ ମୃତ ବେକ୍ତୀଙ୍କ ଶବକୁ ତାଙ୍କ ପୁତ୍ରକୁ ହସ୍ତାନ୍ତର କରି ଥିଲେ l ଏଠାରେ କଥା ରହିଲା ଯାହାର କେହି ନାହିଁ ତାର ଭଗବାନ ରୁପି ମଣିଷ ଅଛନ୍ତି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *