
ବଡ଼ଚଣା/ଚଣ୍ଡିଖୋଲ ୨୭/୩() ଓଡ଼ିଶାର ଅଗ୍ରଣୀ ଟ୍ରକ୍ ମାଲିକ ସଂଘ ” ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ” ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଚଣ୍ଡିଖୋଲ ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି। ବରିଷ୍ଟ ସଭ୍ୟ ପ୍ରମୋଦ କୁମାର ନାୟକ ଙ୍କ ସଭାପତିତ୍ବ ଆୟୋଜିତ ଶପଥ ପାଠ ଉତ୍ସବରେ ସଭାପତି ଶ୍ରୀ ଚନ୍ଦନ କୁମାର ନାୟକ, ଉପସଭାପତି ଶ୍ରୀ ତୀର୍ଥବାସୀ ନାୟକ, ସଂପାଦକ ଶ୍ରୀ ସନ୍ତୋଷ କୁମାର ରାଉତ, ସହ-ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଜେନା,କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ବଳ, ମୁଖପାତ୍ର ଶ୍ରୀ ମନୋରଞ୍ଜନ ନାୟକ ପ୍ରମୁଖ ସଂଘର ପଦମର୍ଯ୍ୟାଦା, ଗୌରବ, ଏକତା, ଭାଇଚାରା, ରକ୍ଷା କରିବା ସହିତ ଟ୍ରକ୍ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଶେଷଦେବ ନାୟକ, ବିନାୟକ ପଣ୍ଡା, ବିଭୁତି ଭୁଷଣ ଜେନା, ଚିତ୍ତ ରଞ୍ଜନ ମହାପାତ୍ର, ଅଟଳ ଜେନା, ନୃସିଂହ ଚରଣ ଓତା, ତ୍ରୈଲୋକ୍ୟ ନାୟକ, ସୀତାନାଥ ସାହୁ, ବିଧାୟକ ସାହୁ, ବିକାଶ କୁମାର ଜେନା, ଗୋପାଳ କୃଷ୍ଣ ଭାରତୀ,ଜିନ୍ମୟ ଜେନା,ଶିବାଜୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।