ବାରିପଦା/ଉଦଳା(କ:ବ୍ଯୁ) ତା୨୩/୦୩/୨୦୨୬ : ଓଡ଼ିିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କପ୍ତିପଦା ଉପଖଣ୍ଡ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ କପ୍ତିପଦା, ଉଦଳା ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉକ୍ତ ବୈଠକରେ ପ୍ରକଳ୍ପ ପ୍ରଶାସକ, ଆଇଟିଡ଼ିଏ ନରେନ୍ଦ୍ର ଖମାରୀ, କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ପ୍ରତିନିଧି, ଉପଖଣ୍ଡର ୪ ଗୋଟି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ସହକାରୀ ଶ୍ରମ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ, ସହକାରୀ ମ୍ୟାନେଜର ୱାଟକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ, ସହକାରୀ ଯନ୍ତ୍ରୀ ଟି.ପି,ଏନ.ଓ.ଡ଼ି.ଏଲ., ଉଦଳା, ଅତିରିକ୍ତ ଜିଲ୍ଲା ମଙ୍ଗଳଅଧିକାରୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଜିର ବୈଠକରେ ଆଲୋଚନା ମଧ୍ୟରେ ସର୍ବ ସାଧାରଣ ସ୍ଥାନ, କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଜଳଛତ୍ର ବ୍ୟବସ୍ଥା, ନଳକୂପ ମରାମତି, ଆବଶ୍ୟକ ସ୍ଥଳେ ପାନୀୟ ଜଳ ଯୋଗାଣ, ଶ୍ରମିକ ମାନଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ, ପଶୁପକ୍ଷୀମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବା ସହିତ ଗୃହ ପାଳିତ ପଶୁ ମାନଙ୍କୁ ଖରା ସମୟରେ ବାହାରକୁ ବାହାରିବାକୁ ନ ଦେବା ଏବଂ ବିଶେଷ କରି ଉପଖଣ୍ଡର ସମସ୍ତ ଚିକିତ୍ସାଳୟରେ ଅଂଶୁଘାତ ଶଯ୍ୟା ପ୍ରସ୍ତୁତ ରଖିବା ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଜରୁରୀ ବ୍ୟବସ୍ଥା କରି ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ମହୋଦୟ ନିର୍ଦ୍ଦେଶ ଦେଇଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)