“ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲ ରୁ କାଠ ଚାଲାଣ କରିବା ଅଭିଯୋଗ ରେ ତିନି ଜଣ ଅଭିଯୁକ୍ତ ଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଉଦଳା ଏସଡିଜେଏମ୍” କୋର୍ଟ ।

ବାରିପଦା/ଉଦଳା ତା୨୩\୦୩\୨୦୨୬ : ସୂଚନା ଅନୁଯାୟୀ ୨୦୧୪ ମସିହା ଅଗଷ୍ଟ ୩୦ ଅପରାହ୍ନ ସମୟରେ ଉଦଳା ଥାନା ଅନ୍ତର୍ଗତ ସିଙ୍ଗୁସାହି ଗ୍ରାମ ର ଲକ୍ଷ୍ମଣ ମୁର୍ମୁ (୩୯), କରନ ମାର୍ଣ୍ଡି (୬୧) ଏବଂ କାଠୁଆବେଡା ଗ୍ରାମ ର ମଙ୍ଗଲ ଟୁଡୁ (୩୬) କାଠ ଗଣ୍ଡି ବୋହି ଆସୁଥିବା ବେଳେ ଉଦଳା ବନବିଭାଗ ହାତରେ ଧରା ପଡିଯାଇଥିଲେ | ପଚରା ଉଚରା ସମୟରେ ସେମାନେ ପୂର୍ବରୁ ମଧ୍ୟ ଏଭଳି କାଠ କାଟି ଚାଲାଣ କରିବା ସହିତ ଗାଁ ପୋଖରୀ ଭିତରେ କିଛି କାଠ ଗଣ୍ଡି ଲୁଚାଇ ରଖିଥିବାର ମାନି ଯାଇଥିଲେ | ଏହା ପରେ ପୋଖରୀ ଭିତରୁ ୨୦ ଟି କାଠ ଗଣ୍ଡି ଉଦ୍ଧାର କରାଯାଇଥିଲା | ତିନି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଉଦଳା ଏସଡିଜେଏମ୍ ଅନୁରାଗ ଦେହୁରୀ ତିନି ଅଭିଯୁକ୍ତ ଙ୍କୁ ୬ ମାସ କାରା ଦଣ୍ଡାଦେଶ ସହିତ ୧୦୦୦ ଟଙ୍କା ଜରିମାନା ର ଦଣ୍ଡାଦେଶ ଶୁଣାଇଛନ୍ତି | ଜରିମାନା ଅନାଦେୟ ରେ ଅଧିକ ଏକ ମାସ ଜେଲ୍ ଦଣ୍ଡ ର ରାୟ ଶୁଣାଇଛନ୍ତି |
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *