“କପ୍ତିପଦା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଉଦଳା ରେ  ଅଗ୍ନିଶମ ବିଭାଗ ତରଫ ରୁ ମଙ୍କଡ୍ରିଲ”

ବାରିପଦା/ଉଦଳା ତା୧୬.୦୩.୨୬((କ:ବ୍ଯୁ) : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା  ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଜି ୪ ଘଟିକା ସମୟ ରେ ଅଗ୍ନିଶମ ବିଭାଗ ତରଫ ରୁ ମଙ୍କଡ୍ରୀଲ  କାର୍ଯ୍ୟକ୍ରମ ହୋଇଯାଇଛି  । ଉଦଳା ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ସହିତ ବିଭିନ୍ନ ସମୟ ରେ ଚିକିତ୍ସାଳୟ ରେ ଛୋଟ ବଡ ଦୃଘଟଣା କୁ ରୋକିବାକୁ ଆଜି ଅଗ୍ନିଶମ ବିଭାଗ ଦ୍ବାରା ସମସ୍ତ ଡାକ୍ତର ,ନର୍ସ , ଫାର୍ମାସିଷ୍ଟ, ସ୍ଵାସ୍ଥ୍ୟ କର୍ମୀ ,ଲାଇବ୍ରେରୀ ଟେକ୍ନିଷିଆନ,ସିକ୍ୟୂରିଟି କର୍ମଚାରୀଙ୍କୁ ନେଇ  ସଚ୍ଚେତନ କାର୍ଯ୍ୟକ୍ରମ  ହୋଇଯାଇଛି। ଅଗ୍ନି ନିର୍ବାପକ ଯନ୍ତ୍ର (ଫାୟାର ଏସ୍କଟୁଙ୍ଗୁଇସ )କିଭଳି ବ୍ୟବହାର କରାଯାଇ ଅଗ୍ନି କୁ ଯଥାଶୀଘ୍ର ରୋକା ଯିବ  କର୍ମଚାରୀ ଓ ନର୍ଷ  ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।ଅଧ୍ୟିକ୍ଷକ ଦାୟିତ୍ଵ ନିର୍ବାହ କରୁଥିବା ଶିଶୁ ବିଶେଷଜ୍ଞ ଡ଼ାକ୍ତର ଲକ୍ଷ୍ମୀ କାନ୍ତ ପତି,ଡାକ୍ତରାଣି ପ୍ରଜ୍ଞାପରମିତା ବେହେରା,ଏହି ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର‌ ପରିଚାଳିକା  ନିରୁପମା ମହାନ୍ତି, ହିସାବ ରକ୍ଷକ ଅରୁପ ସାହୁ  ଉପସ୍ଥିତ ହୋଇ ସମସ୍ତ  କାର୍ଯ୍ୟକ୍ରମକୁ ପରିଚାଳଣା କରିଥିଲେ ।ଅଗ୍ନିଶମ ବିଭାଗ ଅଧିକାରୀ ମହାଳିକ ବାବୁ ଙ୍କ ନେତୃତ୍ବରେ ମନୋରଞ୍ଜନ ବେହେରା,ସୁଜିତ୍ ସୋରେନ୍, କାର୍ତ୍ତିକ ତିରିଆ,ପ୍ରମୋଦ ସାମଲ,ସମୀର ବେହେରା ପ୍ରମୁଖ ଆସିଥିଲେ।
  ଆଗାମୀ ଦିନରେ ଅଧିକ ଉନ୍ନତ ସେବା ପାଇବା ସହିତ  ସମସ୍ୟା ଦେଖା ଦେଲେ ତତକ୍ଷଣାତ୍ ଦୂରୀଭୂତ ହେବ ବୋଲି ଆଶା କରିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *