ଓସିଏଲ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ କାରଖାନା ପ୍ଲାଣ୍ଟର ବାଣିଜ୍ୟ ଲାଇସେନ୍ସ ସମ୍ପର୍କରେ ସ୍ଵତନ୍ତ୍ର ଗ୍ରାମସଭା

ରାଜଗାଙ୍ଗପୁର:- (କ ବ୍ୟୁ ) ୧୬ ମାର୍ଚ୍ଚ ୨୦୨୬ : ସୋମବାର ପୂର୍ବାହ୍ନ ୧୧:୩୦ ସମୟରେ, ଜାମପାଲି ସ୍ଥିତ ଓସିଏଲ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ ପ୍ଲାଣ୍ଟ ପାଇଁ ବାଣିଜ୍ୟ ଲାଇସେନ୍ସ ପ୍ରଦାନ ସମ୍ପର୍କରେ କୁନମୁରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୁନମୁରୁ ଗ୍ରାମପଞ୍ଚାୟତ ର ଗ୍ରାମବାସୀଙ୍କ ସହିତ ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମ ସଭା ଟି ରାଜଗାଙ୍ଗପୁର ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ କୁନମୁରୁ ପଞ୍ଚାୟତ ସରପଞ୍ଚ ଆରତୀ ଟପ୍ପୋ, କୁନମୁରୁ ପଞ୍ଚାୟତର ଗ୍ରାମବାସୀ, ଓଆଇଏସଏଲ କାରଖାନା ପ୍ରମୁଖ ରାଜୀବ କୁମାର, ପ୍ରବୀନ ସିଂହ, ବସନ୍ତ ଟପ୍ପୋ, ସୁଶୀଳା ଟପ୍ପୋ ଏବଂ ବହୁ ସଂଖ୍ୟକ ଜନସାଧାରଣ ମାନେ ଗ୍ରାମସଭାରେ ଉପସ୍ଥିତ ରହିଥିଲେ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *