ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ।

ବାରିପଦା(କ:ବ୍ଯୁ)୩୧\୦୫
\୨୫ ଆଜି ବାରିପଦା ଠାରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ବାହାରି ବାରିପଦା ସହର ପରିକ୍ରମା କରି ତମାଖୁ, ଅନ୍ୟାନ୍ୟ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ବନ୍ଧରେ ଅବଗତ କରାଇ ଏହାର ବ୍ୟବହାରର କୁପ୍ରଭାବ ସ୍ୱରୂପ ନିଜେ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବା ସହିତ ନିଜ ପରିବାରବର୍ଗଙ୍କୁ କିପରି ଏକ ଦୁଃଖଦ ଅନିଶ୍ଚିତ ଭବିଷ୍ୟତ ଆଡକୁ ଟାଣି ନେଇ ଯାଇଥାନ୍ତି ସେ ବିଷୟରେ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସଚେତନଧର୍ମୀ ବାର୍ତ୍ତା ଜରିଆରେ ଅବଗତ କରାଇଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ପାଇଁ ନିବେଦନ କରିଥିଲେ। ଏହି ଅବସରରେ ବିଭିନ୍ନ ଲୋକ ମାନଙ୍କୁ ଓ ପାନ ଦୋକାନ ମାନଙ୍କରେ ତମାଖୁ ବ୍ୟବହାରର ଭୟାବହତା ଉପରେ ବୁଝା ଯାଇଥିଲା। ଏଥି ସହିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ସଭାର ମଧ୍ୟ ଆୟୋଜନ କରଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନାଟକ ମାଧ୍ୟମରେ ସଚେତନତା କରିଥିଲେ। ଉକ୍ତ ସଭାରେ କୁଳିଅଣା, କପ୍ତିପଦା ଓ ବଡ଼ସାହି ସ୍ବାସ୍ଥ୍ୟ କେନ୍ଦ୍ରକୁ ତମାଖୁ ମୁକ୍ତ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ପୁରସ୍କୃତ କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟ ରେ ବିଭିନ୍ନ ବିଭାଗ ଯଥା ଅବକାରୀ, ଶିକ୍ଷା, ପୋଲିସ୍ ବିଭାଗକୁ ମଧ୍ୟ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଲାଗି ପୁରସ୍କୃତ କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଘାସିରାମ ମୁର୍ମୁ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଶାନ୍ତନୁ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପାର୍କ ଅଧିକାର ବିକାଶ ରଞ୍ଜନ ମହାନ୍ତି, ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ଅବକାରୀ ଅଧିକ୍ଷକ,ପ୍ରଶାନ୍ତ କୁମାର କହଁର, ଜିଲ୍ଲା ଡ୍ରଗ କଣ୍ଟ୍ରଲର ରୁଦ୍ର ନାରାୟଣ ସାହୁ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ, ଶିକ୍ଷା ବିଭାଗ ରୁ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଭାରତୀ ଆରୁଖ, ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଧନୁ ମୁର୍ମୁ, ଗଣେଶ୍ୱର ମହାନ୍ତି , ଡାକ୍ତର ଶୁଭମ୍ ଶ୍ରୀତମ ସାମନ୍ତରାୟ, କହ୍ନେଇ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *