
ଚଣ୍ଡିଖୋଲ ୩୧/୫(କଵ୍ୟୁ) ଓଡ଼ିଶା ବିଧାନସଭା ରେ କଂଗ୍ରେସ ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡାମ୍ କେନ୍ଦୁଝର ଜିଲ୍ଲା କୁ ଗ୍ରସ୍ତରେ ଯାଉଥିବା ସମୟରେ ଜିଲ୍ଲା କଂଗ୍ରେସ ତରଫରୁ ପାଣିକୋଇଲି ଠାରେ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା। ଯାଜପୁର ଜିଲ୍ଲା କଂଗ୍ରେସ କୋଲାସଭା ପ୍ରଚାର କମିଟି ର ପ୍ରାକ୍ତନ ଅଧ୍ୟକ୍ଷ ମାଗୁଣି ଯେନା,ଯୁବନେତା ରାକେଶ ସାହୁ, ଛାତ୍ର ନେତା ଉମାକାନ୍ତ ବେହେରା, ସଂଖ୍ୟା ଲଘୁ ନେତା ସେକ ବଦ୍ରିଉଦ୍ଦିନ, ଯାଦବ ସଙ୍ଘ ନେତା ଗଣେଶ୍ଵର ଦାସ, ନାରଣ ମଲ୍ଲିକ, ରମେଶ ବେହେରା , ମଧୁ ଯେନl, ଜଗବନ୍ଧୁ ଯେନl,ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରୀ କାଡ଼ାମ ଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। କଂଗ୍ରେସ କର୍ମୀ ମାନେ ଶାନ୍ତି ଶୃଙ୍ଖଳା ଓ ଏକତା ଭାଇଚାରା ରଖି ସଂଗଠନକୁ ସୁଦୃଢ କରିବାକୁ ଶ୍ରୀ କlଡାମ ପରାମର୍ଶ ଦେଇଥିଲେ।।