ମଦ ଜବତ ସହ ଦୁଇ ଗିରଫ

ନବରଙ୍ଗପୁର:- ନବରଙ୍ଗପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ, ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମୀ ଏବଂ ଅବକାରୀ ସହଉପ ନିରୀକ୍ଷକ କୀଲାଡା ଭାସ୍କର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧlନ ରେ ତଥା ବିଭାଗୀୟ କର୍ମଚାରୀ ମାନଙ୍କ ସହ, ନବରଙ୍ଗପୁର ଥାନା ଅନ୍ତର୍ଗତ ନବରଙ୍ଗପୁର ସହର ରେ ଏମ ବାଜାର ନିକଟ ମୁଖ୍ୟ ରାସ୍ତା ରେ, ଗୋଟିଏ ଅଟୋରେ ରେ ଜଣେ ବିଜରାଗୁଡା ଗ୍ରାମ ର ପୁରୁଷ ଆସାମୀ ଧଵଲୁ ହରିଜନ ଏବଂ ଯେଟୁଗୁଡା ଗ୍ରାମର ଜଣେ ମହିଳା ଆସାମୀ ନୀଳ ବିନ୍ଧାଣି ଙ୍କ ନିକଟରୁ ୮୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ସହ ଗୋଟିଏ ଅଟୋ OD 24K 4670 କୁ ଜବତ କରାଗଲା । ଆସାମୀ ମାନଙ୍କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଯାଇ, PR No- 51/2025-26 of OIC of Excise Station Nabarangpur ରେ ମକଦମା ରୁଜୁ କରାଗଲା l ଏହି ଚଢ଼ାଉ ରେ , ସିପାହୀ ମାନେ ହେଲେ ରଞ୍ଜୀ ଜାନି, ସଦାଶିବ ଭତରା, ଉମେଶ ହରିଜନ ଓ ଆକାଶ ଶବର ସହ ଯୋଗ କରି ଥିଲେ l

Leave a Reply

Your email address will not be published. Required fields are marked *