
କଟକ, ତା ୦୩.୧୦.୨୦୨୬ ରିଖ : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ୨ ଅକ୍ଟୋବରକୁ ଡ୍ରାଏ ଡେ ଭାବେ ପାଳନ କରାଯାଇଥିବା ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ମଦ ଦୋକାନ ନିୟମ ଅନୁଯାୟୀ ବନ୍ଦ ରହିଥିଲା। ଏହି ଅବସରରେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇ ବେଆଇନ ମଦ ବିକ୍ରୟ, ଠୁଳ ଓ ପରିବହନ ଉପରେ କଡ଼ା ନଜର ରଖାଯାଇଥିଲା । ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(କ) ଅନୁଯାୟୀ ମୋଟ ୨୭ଟି ମାମଲା ରୁଜ୍ଜୁ କରାଯାଇଛି । ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଅଦାଲତକୁ ପଠାଯାଇଥିବାବେଳେ, ୧୪ ଜଣଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରି ଛାଡ଼ିଦିଆଯାଇଛି । ଏହି ଅଭିଯାନରେ ମୋଟ ୨୭୪.୮୮ ଲିଟର ମଦ ଜବତ କରାଯାଇଛି। ଏଥିରେ ୧୪ ଲିଟର ଚୋରା ଦେଶୀ ମଦ, ୫୨.୦୧ ଲିଟର ବିଦେଶୀ ମଦ, ୧୨୬.୪୫ ଲିଟର ବିୟର ଏବଂ ୮୨.୪୨ ଲିଟର ଦେଶୀ ମଦ ରହିଛି। ଏଥିସହ ବେଆଇନ ଭାବେ ମଦ ବିକ୍ରୟ, ଗଚ୍ଛିତ କିମ୍ବା ପରିବହନ କରାଯାଉଥିବା ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ଜଣାଇବାକୁ ବିଭାଗ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି।