ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ ସିଦ୍ଧି ଶିକ୍ଷାବିତ୍ ସମ୍ମାନ ପ୍ରଦାନ

ଚଣ୍ଡିଖୋଲ,୨/୧୦((କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ପବିତ୍ର ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସିଦ୍ଧେଶ୍ୱର ସାହିତ୍ୟ ସଂସଦ ର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ଓଡ଼ିଶାର ବିଶିଷ୍ଟ ଶିକ୍ଷକ ନେତା ପବିତ୍ର ମୋହନ ମାହାଲା ଙ୍କୁ ସିଦ୍ଧି ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରା ଯାଇଛି। ବାରବାଟି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ   ଅବସର ପ୍ରାପ୍ତ  ଅଧ୍ୟାପକ ସନ୍ତୋଷ କୁମାର ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋକର୍ଣିକା ର ସମ୍ପାଦକ ରମାକାନ୍ତ ଜେନା, ମୁଖ୍ୟ ବକ୍ତା ଭାବେ  ପ୍ରାକ୍ତନ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ କମଳା କାନ୍ତ ମହାପାତ୍ର,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ମିଶ୍ର, ଶିକ୍ଷାବିତ୍ ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ପାଲା ଗବେଷକ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରାଧ୍ୟାପକ ମାହାଲା ଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉଚ୍ଚ ଶିକ୍ଷା ର ପ୍ରଚାର ପ୍ରସାର ସହିତ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା କୁ ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *