ବରିଷ୍ଠ ଯାତ୍ରା ପରିଚାଳକଙ୍କ ବିୟୋଗରେ ଶୋକ

ଚଣ୍ଡିଖୋଲ,୨/୧୦(କ.ଵ୍ୟୁ) ( ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)

ବଡଚଣା ବ୍ଲକ୍ ଅନ୍ତର୍ଗତ ପୁରୁଣା ସୁଙ୍ଗୁଡା ଗ୍ରାମର ଜଣେ ବରିଷ୍ଟ ଯାତ୍ରା କଳାକାର ତଥା ପରିଚାଳକ କାହ୍ନୁ ଚରଣ ବାରିକ୍ (୮୫) ଙ୍କର ଆଜି ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ଟାଙ୍ଗୀ ସ୍ଥିତ ପଦ୍ମିନୀ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସା ଧିନ ଅବସ୍ତାରେ ମୃତ୍ୟୁ ବରଣ କରିଛନ୍ତି। ସ୍ବର୍ଗତ କାହ୍ନୁ ଚରଣ ଓଡିଶାର ବହୁ ପୂରାତନ ଯାତ୍ରା ଅନୁଷ୍ଠାନରେ ପରିଚାଳକ ଭାବେ କାର୍ଯ୍ୟ କରି ବହୁ କଳାକାର ସୃଷ୍ଟି କରିଚନ୍ତି। ଆଜି ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିଲା ପରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ଶବାଧାର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ସୁଙ୍ଗୁଡା ସରପଞ୍ଚ ଅଞ୍ଜୁଳତା ସ୍ଵାଇଁ,ପୁର୍ବତନ ସରପଞ୍ଚ, ଅଶୋକ କୁମାର ସାହୁ, ନାଟ୍ୟକାର ଯଚିନ୍ଦ୍ର କୁମାର ମହାପାତ୍ର,ଚଣ୍ଡିଖୋଲ ବଣିକ ସଂଘ ସମ୍ପାଦକ ରବିନ୍ଦ୍ର କୁମାର ରାଉତ, ଅକ୍ଷୟ କୁମାର ସ୍ବାଇଁ, ଶ୍ୟାମ ସୁନ୍ଦର ରାଉତ, ପ୍ରଫୁଲ୍ଲ କୁମାର ରଣା, ନିରଞ୍ଜନ ସାହୁ, ସୀତା ନାଥ ପରିଡ଼ା, ଚଣ୍ଡୀଖୋଲ ସାମ୍ବାଦିକ ସଂଘ ତରଫରୁ ଉପ ସଭାପତି ପ୍ରଶାନ୍ତ କୁମାର ଜେନା,ସାମ୍ବାଦିକ ଶିବରାମ ସାହୁ, ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ, ସତ୍ୟବାଦୀ ସ୍ବାଇଁ, ରବିନ୍ଦ୍ର କୁମାର ନାୟକ , ସେକ୍ ଫୟାଯୁଦ୍ଦିନ, ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କ ଉଁ ଶବ କୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନ ରେ ସତ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ଶିବ ପ୍ରାସାଦ ବାରିକ୍ ମୂଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *