
ଚଣ୍ଡିଖୋଲ,୨/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉଦୀୟମାନ ଅନୁଷ୍ଠାନର ୨୫ତମ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଚଣ୍ଡିଖୋଲ ସ୍ଥିତ ଡି ୟୁ ପବ୍ଲିକ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଅଜୟ କୁମାର ଲେଙ୍କା ଯୋଗଦେଇ ମହାତ୍ମା ଗାନ୍ଧୀ ଥିଲେ ସତ୍ୟ ନ୍ୟାୟ ଓ ଅହିଂସା ର ପୂଜାରୀ।ନିଜର ନୀତି ଓ ନୈତିକତା, ଅହିଂସା ଓ ସତ୍ୟାଗ୍ରହ ମାଧ୍ୟମ ରେ ସାରା ବିଶ୍ୱକୁ ନୂତନ ଦିଗ୍ ଦର୍ଶନ ଦେଇଥିଲେ। ତାଙ୍କର ଯୁଗାନ୍ତକାରୀ ଚିନ୍ତାଧାରା ଓ ଆଦର୍ଶ ଯୁଗେ ଯୁଗେ ସମଗ୍ର ବିଶ୍ବ କୁ ଏକତା ସୂତ୍ରରେ ବାନ୍ଧି ରଖିଛି। କୁଟି ଖାଅ କାଟି ପିନ୍ଧ ର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି କହିବା ସହିତ ଲାଲ୍ ବାହାଦୁର ଶାସ୍ତ୍ରୀ ଥିଲେ ଜଣେ ସଚା ଦେଶ ସେବକ, ସ୍ଵାଧିନତା ସଂଗ୍ରାମର ଅଗ୍ରଗଣ୍ୟ ଯୋଦ୍ଧା, ତ୍ୟାଗ ତିତିକ୍ଷା ର ଏକ ଅମ୍ଳାନ ପ୍ରତିଭା, ଶାନ୍ତିର ଦୂତ, ଜୟ ଯବାନ ଜୟ କିଷାନ ର ସ୍ରଷ୍ଟା ବୋଲି କହିବା ସହିତ ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ତୁହିନାଂଶୁ ରଥ (ଏ ଆଇ) କୂତ୍ରିମ ବୁଦ୍ଧିମତ୍ତା ଯୁଗରେ ଆଜି ମଧ୍ୟ ଗାନ୍ଧୀ ଶାସ୍ତ୍ରୀ ଆଦର୍ଶ ବାଦର ପ୍ରାଶ ଙ୍ଗିକତା ଅଛି ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଆଇନଜୀବି ଦେବରାଜ୍ ବେହେରା, ବରିଷ୍ଟ ଆଇନଜୀବି ଉଦୟନାଥ ସାହୁ, ସମାଜସେବୀ ଆକାଶ କୁମାର ସାହୁ,ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ ପ୍ରମୁଖ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜିବନା ଦର୍ଶନ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଉତ୍ସବକୁ ଗାନ୍ଧୀବାଦି ସର୍ବୋଦୟ ନେତା ରାମଚନ୍ଦ୍ର ଶୁକ୍ଳ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅତିଥି ମାନଙ୍କ ଦ୍ବାରା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ରାମ୍ ଧୁନ ଗାନ କରାଯାଇଥିଲା।ଉଦୀୟମାନ ମହିଳା ସଙ୍ଗଠନର ସମ୍ପାଦିକା ଅରୁଣୀ ନନ୍ଦ ବିନୋଦିନୀ ଦାସ ଗାୟତ୍ରୀ ରାଉତ ସମେତ ବହୁ ସ୍ବେଛାସେବୀ ସହଯୋଗ କରିଥିଲେ। ଶେଷରେ ଉପସଭାପତି ପ୍ରକାଶ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।