ବିଶ୍ଵ ପ୍ରାଣୀ-ମଙ୍ଗଳ ଦିବସ World Animal Welfare Day (4 Oct)


ଆହାଃ କି ସୁନ୍ଦର ଏହି ଧରାବକ୍ଷ
ସୃଷ୍ଟି କର୍ତ୍ତା’ଙ୍କ ନିର୍ମାଣ,
ସ୍ଥଳ ବନାରଣ୍ଯେ ପାହାଡ଼ ପର୍ବତେ
ଜୀବଜନ୍ତୁ ବିମଣ୍ଡନ ।

କୋଟି କୋଟି ଜୀବ- ଜନ୍ତୁ ମଧ୍ୟେ ବନ୍ୟ
ଅବା ଯେ’ ଗୃହପାଳିତ,
ସର୍ବ ମଧ୍ୟେ ଶ୍ରେଷ୍ଠ ମାନବ ଜୀବନ
ବୁଦ୍ଧି ଓ ବିବେକ ଜ୍ଞାତ ।

ଜ୍ଞାନ ବୁଦ୍ଧି ବଳେ ମାନବ ସମ୍ଭାଳେ
କ୍ରିୟା ପ୍ରକ୍ରିୟା ବିଧାନ,
କେବେ ସ୍ଵାର୍ଥ ଅବା କେବେ ଜୀବେ ଦୟା
ସମ୍ପାଦେ ଜ୍ଞାନ-ବିଜ୍ଞାନ ।

ଲକ୍ଷାଧିକ ପଶୁ – ପକ୍ଷୀ ସୁଶୋଭିତ
ରୂପ ବିଚିତ୍ର ସୁନ୍ଦର,
ଜଳେ ସ୍ଥଳେ ଦୃଶ୍ୟ ବନୋଦ୍ଯାନେ ବାସ
ସୁରକ୍ଷା କରେ ସର୍କାର ।

ଊଣେଇଶ ଶହ ଏକତ୍ରିଶ ଚାରି
ଅକ୍ଟୋବର’ର ସଂଭାଷ୍ଯ,
ପ୍ରାଣୀ ମଙ୍ଗଳର ଆଇନରେ ବିଶ୍ବ
ପଶୁ ସୁରକ୍ଷା କଂଗ୍ରେସ ।

ଶୁଭ ବିଶ୍ଵ ପ୍ରାଣୀ- ମଙ୍ଗଳ ଦିବସେ
ଜନ ମନେ ରହୁ ଧ୍ୟାନ,
ସର୍ବ ପ୍ରାଣୀ ସୃଷ୍ଟି- କର୍ତ୍ତା’ଙ୍କ ସୃଜନ
ସର୍ବେ ଭବନ୍ତୁ ସୁଖିନଃ ।

ଶମ୍ଭୁନାଥ ଦାସ, କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *