ଅନ୍ତର୍ଜାତୀୟ ବୟୋବୃଦ୍ଧ ବ୍ୟକ୍ତି ଦିବସ

🙏 International Day of 👨‍❤️‍💋‍👨
Older Persons✍️ 1st Oct.


ମାନବ ଜୀବନ ଅତି ଶୁଭ ହେଲେ
ଶରୀର ନୁହଁଇ ସ୍ଥାୟୀ,
ଶୈଶବ କୈଶୋର ଯୌବନ ଓ ପୌଢ଼
ପରେ ବାର୍ଦ୍ଧକ୍ୟ ଆସଇ ।

ଶିଶୁର ସାହାରା ପିତା-ମାତା ସିନା
ବୃଦ୍ଧଙ୍କର ପୁତ୍ର-ପୁତ୍ରୀ,
ବୃଦ୍ଧାବସ୍ଥା ଅତି ଯନ୍ତ୍ରଣାଦାୟକ
ସେବା-ଶୁଶ୍ରୂଷା’ରେ ଶାନ୍ତି ।

ବୟୋବୃଦ୍ଧ ଜନେ ଜୀବନ ରହସ୍ୟ
ଅନୁଭବ ବଖାଣନ୍ତି,
ଯାହା ସମାଜର ହୁଅଇ ପାଥେୟ
ଶୁଭ ସଂସ୍କାର ସଂହତି ।

ବୟୋବୃଦ୍ଧ ଜନ ସମାଜର ଉତ୍ସ
ଇତିହାସ କିମ୍ବଦନ୍ତୀ,
ଅନୁଭୂତି ବ୍ଯକ୍ତ ଚିରନ୍ତନ ସତ୍ଯ
ତାରଣ ସଂକଟ-ସ୍ଥିତି ।

ବୟୋବୃଦ୍ଧ ବ୍ଯକ୍ତି ସମ୍ମାନେ ପାଳନ
ଜାତିସଂଘ’ର ନିଷ୍ପତ୍ତି,
ଊନବିଂଶ ଶତ ଏକାନବେ’ଠାରୁ
ଏକାକ୍ଟୋବର ସଂସ୍କୃତି ।

ବୃଦ୍ଧ-ବୃଦ୍ଧା ସଦା ଦେବ-ଦେବୀ ତୁଲ୍ୟ
ଭକ୍ତି- ପୂଜନ’ର ବ୍ୟକ୍ତି,
ବୃଦ୍ଧାଶ୍ରମାପେକ୍ଷା ପରିବାରେ ମିଳେ
ଅମାପ ଅସୀମ ଶାନ୍ତି ।

ଯେଉଁ ପରିବାରେ ବୃଦ୍ଧ ପିତା-ମାତା
ସେବା-ଶୁଶ୍ରୂଷା ପାଆନ୍ତି,
ସେହି ପରିବାର ଅଲୌକିକ ଶାନ୍ତି
ସୁଖ-ସମୃଦ୍ଧି ଲଭନ୍ତି ।

ଅନ୍ତର୍-ଜାତୀୟ ଶୁଭ ବୟୋବୃଦ୍ଧ
ବ୍ୟକ୍ତି ଦିବସେ ପ୍ରଣତି,
ବୃଦ୍ଧ-ବୃଦ୍ଧା ସେବା ସହଯୋଗ ହେଉ
ଆମ କର୍ମ-ଧର୍ମ ନୀତି ।

ଶମ୍ଭୁନାଥ ଦାସକୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *