ଶୁଭ ଗାନ୍ଧି-ଜୟନ୍ତୀ

International Day of Nonviolence
🕊️✍️ ବିଶ୍ବ ଅହିଂସା ଦିବସ ✍️🕊️



ଅକ୍ଟୋବର ଦୁଇ ଯେ’ ଗାନ୍ଧି-ଜୟନ୍ତୀ
ଜାତୀୟତାର ଗୌରବ,
ସତ୍ଯ ଶାନ୍ତି ଦୟା କ୍ଷମା ଓ ଅହିଂସା
ଯା’ ପାଇଁ ବିଶ୍ବେ ସୌରଭ ।

ବିଶ୍ବରେ କମ୍ପୁଛି ଗଗନ ପବନ
ବିଶ୍ବ ଅହିଂସା ଦିବସ,
ଆମ ଦେଶେ ନେତା ଗାନ୍ଧୀ ବେକେ ଫୁଲ-
ମାଳ ପିନ୍ଧାରେ ଆଦର୍ଶ ।

ମହାତ୍ମା ଗାନ୍ଧିଜୀ ନୁହେଁ ନାମବାଚ୍ଯ
ସଂହତି ସଂସ୍କୃତି ଚିହ୍ନ,
ସଂସାର ସାଗରେ ମାନବିକତାର
ଆଧ୍ୟାତ୍ମିକ ପରିଜ୍ଞାନ ।

ସତ୍ଯ ଶାନ୍ତି ଆଉ ଅହିଂସା ବଳରେ
ଦେଶ ହୁଅଇ ସ୍ବାଧୀନ,
ଜନ ମଙ୍ଗଳ ଓ ଦେଶର ବିକାଶେ
ରାମରାଜ୍ୟର ଆହ୍ବାନ ।

ବ୍ଯକ୍ତିଗତ ସ୍ବାର୍ଥ ଏମନ୍ତ ଉତ୍କଟ
ନେତା ହୁଅନ୍ତି ରାବଣ,
ମହାତ୍ମାଗାନ୍ଧୀଙ୍କ ମୁଖା ଆବରଣେ
ଜାତି-ମାଟି’କୁ ଶୋଷଣ ।

ଜନ-ସାଧାରଣ ଜୀବନ ବିକଳେ
ଗାନ୍ଧି-ଜୟନ୍ତୀ ପାଳନ,
ଆଖି ଲୁହେ କବି ଶୁଭେଚ୍ଛା ଜଣାନ୍ତି
ସର୍ବେ ଭବନ୍ତୁ ସୁଖିନଃ ।

ଶମ୍ଭୁନାଥ ଦାସ , କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *