ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ପୁରୀ ୧/୧୦ (କ ବ୍ୟୁ): ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ଅମୂଲ୍ୟ ସମ୍ପଦ।ସେମାନଙ୍କ ଅଭିଜ୍ଞତା ଓ ଅନୁଭବ ସମାଜକୁ ଦିଗଦର୍ଶନ ଦେଇଥାଏ।ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।
ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।ଉପ ଜିଲ୍ଲାପାଳ ରାଜ କିଶୋର ଜେନା ମାତା ପିତା ବରିଷ୍ଠ ନାଗରିକ ରକ୍ଷଣ ବ୍ୟକ୍ଷାଣ ଓ କଲ୍ୟାଣ ଅଧିନିୟମ ୨୦୦୭ ଉପରେ ଆଲୋକପାତ କରିଥିଲେ।ପୁରୀ ଜିଲ୍ଲା ବରିଷ୍ଠ କମିଟି ସଦସ୍ୟ ନାଗରିକ ହରିଶଙ୍କର ମିଶ୍ର, ବରିଷ୍ଠ ଆଡଭୋକେଟ ମନୋଜ କୁମାର ଦାସ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଇନ ଜିବୀ ରଞ୍ଜିତା ମହାନ୍ତି,ଡିଏସପି ରଶ୍ମିତା ବେହେରା ,ଡାକ୍ତର ଯଶସ୍ଵୀ ଦାସ ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ଜିଲ୍ଲା ସ୍ତରେ ଥିବା ବିଭିନ୍ନ ସୁବିଧା ଅସୁବିଧା ତଥା ଆଇନ ଗତ ଦିଗ ଉପରେ ଆଲୋଚନା କରି ଥିଲେ।
ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସହକାରୀ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଯେଉଁ ଅଭିଜ୍ଞତା ରହିଛି ତାହା ଯୁବପିଢି ମାନଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ।ବର୍ତ୍ତମାନ ସମୟରେ ସାମାଜିକ ସ୍ତରରେ ବଡ ବ୍ୟବଧାନ ସୃଷ୍ଟି ହେଉଛି।ଅନେକ ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ତ୍ୟାଗ ଓ ପରିଶ୍ରମ କୁ ଅଣଦେଖା କରାଯାଇ
ପରିବାରରେ ଉପଯୁକ୍ତ ସମ୍ମାନ ମିଳିବା କଷ୍ଟ ହେଉଛି।ଆଇନ ଅନୁଯାୟୀ ଏହାର ସମାଧାନ ପାଇଁ ବ୍ୟବସ୍ଥା ରହିଛି ଓ ସମସ୍ତେ ଏଥିରେ ସହଯୋଗ ପାଇଁ ସେମାନେ ଅନୁରୋଧ କରିଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ନାୟକ ସ୍ୱାଗତ ଭାଷଣ ଦେଇ ଥିଲେ ।କାର୍ଯ୍ୟକ୍ରମ କୁ ସମାଜସେବୀ ସିଦ୍ଧାର୍ଥ ରାୟ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ଡଃ କାର୍ତ୍ତିକ ଦାଶ,ବିରେନ୍ଦ୍ର ଭୂଷଣ ହୋତା,
ଦେବେନ୍ଦ୍ର ଦାଶ, ଅରବିନ୍ଦ ଶତପଥୀ, ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କର ବିବିଧ ଆବଶ୍ୟକତା ପୁରଣ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ।ପ୍ରାତଃ କାଳରେ ଯୋଗାଚାର୍ଯ୍ୟ ରମାବଲ୍ଲଭ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ଙ୍କ ପାଇଁ ଯୋଗ ଶିବିର ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ବିତରଣ କରିଥିଲେ ,ଟ୍ରିପଲ ଏସ ଓ ଚନ୍ଦନ କୁମାର ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। (ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *