ଚଣ୍ଡିଖୋଲ, ୨୧/୯/ ( କ.ବ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) : ବଡ଼ଚଣା ବ୍ଲକ ଭୂଷଣ୍ଡପୁର ପଂଚାୟତର ଖଣ୍ଡିଆବନ୍ଧ ଠାରେ ନୂତନ କରି ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉଚ୍ଚବ ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି.ମନ୍ଦିର ଟ୍ରଷ୍ଟର ବରିଷ୍ଠ ସଭ୍ୟ ଶ୍ରୀ ଚନ୍ଦନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରସ୍ତୁତି ବୈଠକରେ ଏସ, ଏସ, ପି ଅମିତାଭ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିନାୟକ ପଣ୍ଡା, ପଣ୍ଡିତ ବିଜୟ କୁମାର କର, , ଲଘୁ ଖଣିଜ ପରିବହନ ସଙ୍ଘ ସଭାପତି ଅଜାମ୍ବର ସାହୁ ମୁଖ୍ୟ ସେବକ ପ୍ରକାଶ କୁମାର ସାହୁ,, ଦୁଖିଶ୍ୟାମ ସାହୁ, ପରିବେଶବିତ୍ ଶ୍ରୀନିବାସ ଜେନା, ଡାକ୍ତର ବିଜୟା କୁମାର୍ ଶତପଥୀ , ଶ୍ରୀମତୀ ମାଧୁରୀ ଶତପଥୀ ଅଭୟ କୁମାର ସାମଲ, ଦେବେନ୍ଦ୍ର ନାୟକ, ବଳରାମ ନାୟକ, ଅନନ୍ତ ଦାସ, ପ୍ରକାଶ ପୃଷ୍ଟି, ଉମେଶ ସାହୁ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ଦାଶ, ପୁଷ୍ପରାଜ ନାୟକ, କୁଳମଣି ବେହୁରା, ଗଜେନ୍ଦ୍ର ବେହେରା, ପ୍ରଶାନ୍ତ ଜେନା, ରଞ୍ଜିତ ପରମାଣିକ, ଧନେଶ୍ଵର ସ୍ବାଇଁ, ମୁସୁଲ ହାଂସଦା, ଆଲୋକ ପଣ୍ଡିତ, ଚିତ୍ତରଞ୍ଜନ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ।,. ଜଗନ୍ନାଥ ସେବକ ପ୍ରକାଶ କୁମାର୍ ସାହୁ ପ୍ରକାଶ କରିଥିଲେ ଯେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର କର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଯାଇଛି, କିପରି ଶ୍ରୀ ମନ୍ଦିର ଓ ପ୍ରଭୁଙ୍କ ବିଗ୍ରହ୍ ପ୍ରତିଷ୍ଠା ହେବ ତାହା ଆମ୍ ମାନଙ୍କର ମୁଖ୍ୟ କର୍ତ୍ତବ୍ୟ,। ଆସନ୍ତା ରଥ ଯାତ୍ରାରେ ପ୍ରଭୁଙ୍କୁ ରଥ ସିଂହାସନ ରେ ବସାଇ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ନେବା, ସେହି ଶ୍ରୀ ଗୁଣ୍ଡିଚା ମନ୍ଦିର ୫୩ନମ୍ବର ଜାତୀୟ ରାଜପଥ ସନ୍ନିକଟ ଚାରିବାଟିଆ, ଶୁଭଦ୍ରପୂର୍ ଗ୍ରାମ ର ଶ୍ରୀ ହନୁମାନ ମନ୍ଦିର ନିକଟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଦେବ ଜିଉ, ମା ସୁଭଦ୍ରା, ସୁଦର୍ଶନ ଙ୍କୁ ଗୋଟିଏ ରଥ ନୁହେଁ, ୩ଗୋଟି ରଥ ନିର୍ମାଣ ପାଇଁ ଏସ ଏସ ପି ଅମିତାଭ ମହାପାତ୍ର ପ୍ରସ୍ତାବ ଆଗତ କରିଥିଲେ ।
ପ୍ରଭୁଙ୍କ ଶ୍ରୀ ମନ୍ଦିର, ବିଗ୍ରହ ପ୍ରତିଷ୍ଠା ଉତ୍ସବ ୨୦୨୭ ଫେବୃଆରୀ ମାସରେ ହେଵ ବୋଲି ସ୍ଥିର କରାଯାଇଥିଲା।