
ବାରିପଦା /ଉଦଳା, ତା.୨୧/୦୯/୨୦୨୬(କ: ବ୍ଯୁ) : ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (ଏସ.ଆଇ.ଆର)ର ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୧୧ ଘଟିକା ସମୟରେ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରର ଅଧିକାରୀ, ୩୧-ଉଦଳା(ଏସ.ଟି.) ପ୍ରଣୟ ରଞ୍ଜନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୋପବନ୍ଧୁନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୃଥ୍ୱୀରାଜ ପରିଡ଼ା, ଉଦଳା ତହସିଲଦାର ସୁପ୍ରଭା ଦାସ, ଗୋପବନ୍ଧୁନଗର ତହସିଲଦାର ଓମ ପ୍ରକାଶ ମହାନ୍ତି, ପ୍ରତିନିଧି ଜିଲ୍ଲାପାଳ ପ୍ରତୀକ କୁମାର ପଣ୍ଡା ଓ ଦିଲ୍ଲୀପ କୁମାର ନାୟକ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ଜେନା, ସହକାରୀ ଜିଲ୍ଲାପାଳ ପ୍ରବୀଣ ମାଝୀ, ତପନ କୁମାର ବାରିକ, ଆର୍ଯ୍ୟାଦିପ୍ତ ଆରଣ୍ୟକ ସାମନ୍ତରାୟ, ସାମାଜିକ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ସୂଚନା ଲୋକ ସମ୍ପର୍କ ଅଧିକାରୀ ମୁରଲୀଧର ଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବ ସୂଚନା ଅନୁଯାୟୀ ଉଦଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ଠାରୁ ଚୂଡ଼ାନ୍ତ ଭୋଟର ତାଲିକା ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ରାତରାୟ ମୁର୍ମୁ, ସତ୍ୟ ପଅକାଶ ପାତ୍ର, ତପୁ ରଞ୍ଜନ ପାତ୍ର, ଇଭାନ ଦଳେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)