ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ତ୍ରୁଟି ଶୂନ୍ୟ ପାଠ୍ୟପୁସ୍ତକ ବଣ୍ଟନ

କଟକ : କଟକ ଜିଲ୍ଲା ଶିକ୍ଷା ମଣ୍ଡଳ ପକ୍ଷରୁ ଆଜି କଟକ ମହନଗର ନିଗମ ଅଞ୍ଚଳ ଏବଂ ସଦର ଅଞ୍ଚଳରେ ଦ୍ୱିତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ତ୍ରୁଟି ସଂଶୋଧନ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ଚଳିତ ବର୍ଷ ପାଠ୍ୟ ପୁସ୍ତକ ପ୍ରକାଶନରେ ବହୁ ତ୍ରୁଟି ଦେଖାଯାଇଥିଲା। ଏହି ତ୍ରୁଟି ଥିବା ଅଭିଯୋଗ ହେବାପରେ ରାଜ୍ୟସରକାର ପୁନର୍ବାର ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପ୍ରକାଶ କରିଥିଲେ। ଆଜି କଟକନଗର ଏବଂ ସଦର ଅଞ୍ଚଳରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ବିଭିନ୍ନ କ୍ଲଷ୍ଟର ସି ଆର୍ ସି ସି ଙ୍କ ଜରିଆରେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରିୟଙ୍କା ବେହେରାଙ୍କ ତତ୍ଵବଧନରେ ବଣ୍ଟନ କରାଯାଉଛି।

Leave a Reply

Your email address will not be published. Required fields are marked *