ଅକ୍ଟୋବର 16 ରେ ପୂଜା ଆରମ୍ଭ 22 ରେ ଭସାଣି

କଟକ : ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ଆଜି ବୁଧବାର ଦିନ ୪୨ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଆସନ୍ତା ଦୁର୍ଗାପୂଜା ଏବଂ ଭସାଣି ପର୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ ସାହୁ ସଭାପତିତ୍ୱ କରିଥିଲେ ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଓ ଭସାଣି ପର୍ବ କୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ବୈଠକ ରେ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବର ୧୬ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ଅକ୍ଟୋବର ୨୧ ଓ ୨୨ ତରିଖ ଦିନ କାଠଯୋଡି ନଦୀ କୂଳ ପୁରୀଘାଟ ଠାରେ କୃତ୍ରିମ ଜଳାଶୟ ରେ ପ୍ରତିମା ଗୁଡ଼ିକ ବିସର୍ଜନ କରାଯିବ । ପାଞ୍ଚ ଦିନ ବ୍ୟାପୀ ପୂର୍ବାଞ୍ଚଳ ର ବିଭିନ୍ନ ମଣ୍ଡପ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୨ଟା ପର୍ଯ୍ୟନ୍ତ ପରିବେଷଣ କରିବା ପାଇଁ ଅନୁମତି ଦେବାପାଇଁ ପୋଲିସ ପ୍ରସାଶନ କୁ ନିବେଦନ କରାଯାଇଛି। ଦୁର୍ଗାପୂଜା ପୂର୍ବରୁ ପୂର୍ବାଞ୍ଚଳ ରାସ୍ତା ଘାଟ ମରାମତି ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରାଯାଇଛି । ପୂଜା ସମୟରେ ଟ୍ରାଫିକ ବ୍ୟବସ୍ଥା,୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ,
ପରିମଳ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଭସାଣି ଶୋଭାଯାତ୍ରା କୁ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ସମ୍ମାନ ଜଣାଇ ଶୋଭାଯାତ୍ରା ଆୟୋଜନ କରିବା ପାଇଁ ପୂର୍ବାଞ୍ଚଳ ର ସମସ୍ତ ପୂଜା ମଣ୍ଡପ ର କର୍ମକର୍ତ୍ତା ମାନକୁ ପରାମର୍ଶ ଦିଆ ଯାଇଛି। ଭସାଣି ଦିନ ବିଭିନ୍ନ ମଣ୍ଡପ ରୁ ପ୍ରତିମା ଗୁଡ଼ିକ ସକାଳୁ ସାହି ପରିକ୍ରମା ପରେ ବିସର୍ଜନ ପାଇଁ କାଠଯୋଡ଼ି ନଦୀ ଅଭିମୁଖେ ଯାତ୍ରା କରିବେ । ଭସାଣି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତି ନିଆ ଯାଇଛି। ପ୍ରାରମ୍ଭ ରେ ପୂର୍ବାଞ୍ଚଳ ଶାନ୍ତି କମିଟି ର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନକୁ ସ୍ୱାଗତ କରିଥିଲେ। ପ୍ରତ୍ୟେକ ପୂଜା ମଣ୍ଡପ ରେ ସି ସି କ୍ୟାମେରା ବାଧ୍ୟତା ମୁଳକ କରା ଯାଇଛି। ଏଥି ସହିତ ଭସାଣି ଉତ୍ସବ ରେ ଡିଜେ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦ୍ୱୈତ ନଗର ପୋଲିସ କମିଶନର ଏସ ଦେବଦତ୍ତ ସିଂ, କଟକ ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ,ମହମ୍ମଦ୍ ମୋକିମ୍, ବିଧାୟିକା ସୋଫିଆ ଫିର୍ଦୋଷ, କଂଗ୍ରେସ ନେତା ସୁରେଶ ମହାପାତ୍ର
ପ୍ରମୁଖ ଉପସ୍ଥିତ ଥିଲେ। ଖାନ ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜାକମିଟି ଆୟୋଜନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଖାନନଗର ପୂଜା କମିଟି ପକ୍ଷରୁ ସମସ୍ତଙ୍କୁ ସ୍ଵାଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *